ମୁଖ୍ୟ ଖବର ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା ଯାଇଥିଲା । ଚଢାଉ ବେଳେ ଖାଦ୍ୟର ମାନ ଜାଞ୍ଚ କରିବା ସହ ଫୁଡ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଅନେକ ଦୋକାନରେ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ଏବଂ ବିକ୍ରି କରା ଯାଉଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଯୋଗୁଁ ବିଭାଗ ପକ୍ଷରୁ ସେଗୁଡିକୁ ଫୋପାଡି ନଷ୍ଟ କରି ଦିଆ ଯାଇଥିଲା । ଏହା ସହ ସେମାନଙ୍କୁ ଭବିଷ୍ୟତରେ ଏଭଳି ଅସ୍ଵାସ୍ଥ୍ୟକର ପରିବେଶରେ ଏବଂ ଅଖାଦ୍ୟ ବିକ୍ରି ନ କରିବାକୁ ତାଗିଦ କରା ଯାଇଛି । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରାଙ୍କ ନିର୍ଦେଶରେ ଅନୁଗୁଳ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା , ତାଳଚେର ଖାଦ୍ୟ ନିରାପତ୍ତା ଅଧିକାରୀ ସୁମିତ ସୌରଭ ପରିଡା ଓ ନୀଳାମ୍ବର ପ୍ରଧାନ ଏହି ଚଢାଉ କରିଥିଲେ । Advertisement
ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର…
ଗଛରେ ମୋଟରସାଇକେଲ ପିଟି ହୋଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅର୍ନ୍ତଗତ ଗଡମଣ୍ଡଳଠାରେ ଭରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ…
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…