ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ସୂଚନା ଅନୁସାରେ ଶଙ୍କର ସିନେମା ରୋଡରେ ଜିଏସ ସେଣ୍ଟର ନାମରେ ସପିଙ୍ଗ ମଲ ନିର୍ମାଣ ହୋଇଥିବା ବେଳେ ଏହା ସଠିକ ନିୟମ ଅନୁସାରେ ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଥିଲା । ପ୍ରଶାସନ ପକ୍ଷରୁ ଏହାକୁ ଯେଉଁ ଉଦ୍ୟେଶରେ ଅନୁମତି ଦିଆ ଯାଇଥିଲା ତାହ ନ କରି ମଲ ନିର୍ମାଣ କରା ଯାଇଥିଲା । ଏହା ସହ ନବ ନିର୍ମାଣ କୋଠାର ଉପର ମହଲା ବିନା ଅନୁମତିରେ ମଧ୍ୟ ନିର୍ମାଣ କରା ଯାଇଥିଲା । କୋଠା ମାଲିକ ପୌରପାଳିକାକୁ ହୋଲଡିଙ୍ଗ ଟାକ୍ସ ମଧ୍ୟ ଦେଇ ନଥିବା ଜଣା ପଡିଛି । ଏହା ସହ ଏତେ ବଡ ମଲ ନିର୍ମାଣ କରା ଯାଇଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା ନଥିଲା । ଏଥିପାଇଁ କୋଠା ଏବଂ ମଲ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ ହୋଇ ଥିଲେ ମଧ୍ୟ ସେ ଧରା ଦେଇ ନଥିଲେ । ଏଥିପାଇଁ ଆଜି ଟାମଡା ଓ ପୌରପାଳିକା ପକ୍ଷରୁ ମଲରେ ଚଢାଉ କରାଯାଇ ପ୍ରଥମେ ଡାକବାଜି ଯନ୍ତ୍ର ଯୋଗେ ମଲକୁ ଖାଲି କରା ଯାଇଥିଲା । ପରେ ପୌରପାଳିକା ଏହି ମଲକୁ ସିଲ କରିଥିଲା ।
What’s your Reaction?
+1
6
+1
1
+1
1
+1
3
+1
16
+1
+1
6