ସାତକୋଶିଆରେ ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମ

ସାତକୋଶିଆରେ ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା ବର୍ଷାର ପରିମାଣ କମିବା ପରେ ପରିସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଛି ପାଣି କମିବା ପରେ ସାତକୋଶିଆ ଅଧିବାସୀ ନିଜ ନିଜର ଘର ସଜାଡିବାକୁ ଆରମ୍ଭ କରିଛନ୍ତି ବନ୍ୟା ପରବର୍ତ୍ତୀ ସମୟରେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ସାପକାମୁଡା ଭୟ ଅଧିକା ଥାଏ ସାପକାମୁଡା ଘଟଣାକୁ ଏଡେଇବା ନେଇ ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ ସାତକୋଶିଆ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବହାରିକ ପଦ୍ଧତି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଅଛି ଅନେକ ସମୟରେ ସାତକୋଶିଆ ଅଞ୍ଚଳରେ ନାଗ, ଚିତି, ରଣା, ଡାଳୁଆ ବୋଡା ଓ ଅହିରାଜ ଭଳି ବିଷଧର ସାପମାନେ ଜନବସତି ମୁହାଁ ହୋଇଥାନ୍ତି ବନ୍ୟା ପରବର୍ତ୍ତୀ ସମୟରେ ଏହି ବିଷଧର ମାନେ ଅଧିକ ମାତ୍ରାରେ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେଣୁ ଏହି ସମୟରେ ସାପଙ୍କ ପ୍ରତି ପ୍ରାକ ସାବଧାନତା ଓ ସତର୍କତା ରହିବା ଜରୁରୀ ବୋଲି ଅନୁଷ୍ଠାନର ସଦସ୍ୟ ତଥା ସର୍ପମିତ୍ର ଆଦିତ୍ୟ ବେହେରା ସାତକୋଶିଆବାସୀଙ୍କୁ ସଚେତନ କରାଇଛନ୍ତି ପାଣି ଛାଡିବା ପରେ ଘରକୁ ସତର୍କତାର ସହ ପରିସ୍କାର କରିବା ଏବଂ ସର୍ପ ଦଂଶନର ଶୀକାର ହେଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି ଘର ଚାରିପାଖରେ ବ୍ଲିଚିଙ୍ଗ ପାଉଡର ଓ କଳା ଫିନାଇଲ ପାଣି ଛିଞ୍ଚିବାର ଉପାୟ ବ୍ୟବହାରିକ ପଦ୍ଧତି ମାଧ୍ୟମରେ ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଛି ଏହି ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ବେହେରାଙ୍କ ସମେତ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧା, ସର୍ପ ଉଦ୍ଧାରକାରୀ ପିଣ୍ଟୁ ବେହେରା, ସଞ୍ଜୟ ବେହେରା, ବିଜୁ ଭୋଇ ଓ  ଅଭୟ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply