ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ

ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ

ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିଛି । ବହୁଦିନରୁ  ବ୍ରାଉନ ସୁଗାର ବ୍ୟବସାୟ ଏହି ଥାନା ଅଞ୍ଚଳରେ ହେଉଥିଲେ ପୁଲିସ ଏହାର ତେର ପାଉ ନଥିଲା । କଫ୍ ସିରପ୍ ଜବତ ଘଟଣାରେ ସମଲ ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣକୁ ପୋଲିସ ଗିରଫ କରିଛି । କଫ୍ ସିରପ୍ ବିକ୍ରି କରୁଥିବା ଅଭିଯୁକ୍ତ ସମଲ- ଟିପୋ  ଗ୍ରାମର ଡାକ୍ତର ନାଏକ ଓ ବିଲିଣ୍ଡା ଗ୍ରାମର ଧର୍ମୁ ବେହେରା । ସେମାନଙ୍କ ଠାରୁ ୮୯ ବୋତଲ କଫ ସିରଫ୍ ଜବତ କରାଯାଇଛି । ତେବେ ପୂର୍ବରୁ ଅଭିଯୁକ୍ତ ଡାକ୍ତର ଏହି ବେଆଇନ୍ କଫ ସିରପ୍ ବିକ୍ରିରେ ୩ମାସର ଉର୍ଦ୍ଧ ସମୟ ଜେଲ୍ ଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି । ସେହିପରି ୫.୨୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନେ ହେଲେ ପରାବିଲ୍ ଗ୍ରାମର ଦେବାନନ୍ଦ ଦେହୁରୀ , ଶିପୁର ଗ୍ରାମର ଗୀରିଶ ଚନ୍ଦ୍ର ସାମଲ ଓ ସମଲ ଗ୍ରାମର ରଂଜନ କୁମାର ବେହେରା ଅଟନ୍ତି । ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଏସବୁ ଜବତ କରିଥିବା  ପୁଲିସ ପ୍ରକାଶ କରିଛି । ଅଭିଯୁକ୍ତ ଉଭୟ ଘଟଣାରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
7
+1
0
+1
0

Leave a Reply