ସମସ୍ୟା ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି Angul OnlineAugust 24, 2022August 24, 2022 ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସୁଧୀର ନାଏକଙ୍କୁ କିଛି ଲୋକ ମିଶି ମାରି ଦେଇଥିଲେ । ବର୍ଷେ ତଳୁ କୁରୁଡ଼ୋଲ ପଞ୍ଚାୟତର ମାଟି ଗାଡ଼ିଆ ସାହି ପଶ୍ଚିମ ପାଖରେ ବୋହି ଯାଇଥିବା ନାଳ ପାଖରେ ଥିବା ଜଙ୍ଗଲର ଏକ ଜାମୁ ଗଛରେ ନିଖୋଜ ଥିବା ସୁଧୀରଙ୍କ କଙ୍କାଳ ଉଧାର ହୋଇଥିଲା । ତାଙ୍କୁ ମାରି ଗଛରେ କେହି ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ଝରଣା । ଏଣୁ ଘଟଣାର ସଠିକ ତଦନ୍ତ କରି ଦୋଷୀ ମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ନାଲକୋ ଥାନା ଏ ଦିଗରେ ସଠିକ ତଦନ୍ତ କରୁ ନଥିବା ଝରଣା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । Advertisement
ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତରେ ଅବସ୍ଥିତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଜି ପଞ୍ଚାୟତର ବଲଙ୍ଗ,…
ମେଡିକାଲ କଲେଜ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲା କ୍ରିୟାନୁଷ୍ଠାନ କମିଟି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ ଆଜି…
ଜନ ବସତିରେ କଂକ୍ରିଟ ପ୍ଲାଣ୍ଟ – ବିରୋଧ କାଲେ ସ୍ଥାନୀୟ ବାସିନ୍ଦା ଅନୁଗୁଳ – ରେସିଡେନ୍ସିଆଲ ଏରିଆରେ କଂକ୍ରିଟ ପ୍ଲାଣ୍ଟ । ତା ପୁଣି ବିନା କୌଣସି ଅନୁମତିରେ । ନା ପ୍ରଶାସନର ଅନୁମତି ନିଆ ଯାଇଛି ନା ପ୍ରଦୂଷଣ…