ଅପରାଧ ମନ୍ଦିର ହୁଣ୍ଡି ବୋହିନେଲେ ଦୁର୍ବୃତ୍ତ Angul OnlineAugust 26, 2022August 26, 2022 ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ ଜଙ୍ଗଲକୁ ହୁଣ୍ଡି ଟେକି ନେଇ ସେହିଠାରେ ଭାଙ୍ଗି ସେଥିରେ ଯାହା ଟଙ୍କା ଥିଲା ତାହା ନେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରଣେଶ୍ୱର ମନ୍ଦିରର ପୂଜକ ଆଜି ସକାଳେ ପୂଜା କରିବାକୁ ଆସିବା ବେଳେ ମନ୍ଦିରର ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ । ସେ ଏ ନେଇ ଗ୍ରାମବାସୀଙ୍କୁ ଖବର ଦେବା ସହ ଦେଖିବା ବେଳକୁ ନିକଟରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ମଧ୍ୟ ଗାଏବ ହୋଇ ଯାଇଥିଲା । ଏ ନେଇ ପୂଜକ ଓ ଗ୍ରାମବାସୀ ପୁଲିସକୁ ସୂଚନା ଦେବା ସହ ଖୋଜାଖୋଜି କରିଥିଲେ । ଏହି ଖୋଜାଖୋଜି ବେଳେ ନିକଟସ୍ଥ ଜଙ୍ଗଲରେ ଦୁଇଟି ଯାକ ହୁଣ୍ଡି ବାକ୍ସ ପଡିଥିବା ବେଳେ ତାକୁ ଭାଙ୍ଗି ସେଥିରେ ଥିବା ଟଙ୍କା ଦୁର୍ବୃତ୍ତ ମାନେ ଲୁଟିଆ ନେଇଥିବା ଦେଖା ଯାଇଛି । ଅଭିଯୋଗ ଆଧାରରେ ବନ୍ତଳା ଥାନା ପୁଲିସ ତଦନ୍ତ କରୁଛି । Advertisement
ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତିଙ୍କ ମୃତଦେହ…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଜାମୁଣ୍ଡା ଗାଁରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଜମିଜମା ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିଲା । ଏହି…
ପେଟ୍ରୋଲ ପମ୍ପ ଲୁଟିବାକୁ କରୁଥିଲେ ଯୋଜନା – କାବୁ କରିନେଲା ପୁଲିସ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ । ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ…