ମୁଖ୍ୟ ଖବର ବାରହା ଫାଶରେ ପଡି ହାତୀ ମୃତ Angul OnlineAugust 27, 2022August 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତ ହାତୀର ବୟସ ପ୍ରାୟ ପାଞ୍ଚ ବର୍ଷ ହେବ । ବାରହା ଶିକାର ଲାଗି ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍ ତାର ଫାସରେ ପଡି ଏହି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗ୍ରାମ ବଡ଼ଝରଠାରେ ଏକ ଦନ୍ତାହାତୀ ମରି ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ବନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଦନ୍ତାହାତୀଟି ମଧ୍ୟବୟସ୍କ ହୋଇଥିବା ବେଳେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଯାଇଥିବା ତାରରେ ଲାଗି ଏହି ଦନ୍ତାହାତୀଟିର ଜୀବନ ଯାଇଛି । ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ଡ଼ଃ ସରୋଜ ପଣ୍ଡା,ଏସିଏଫ ଶୁଭେନ୍ଦୁ ବେହେରା ପହଞ୍ଚି ହାତୀ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ କରିଛନ୍ତି । Advertisement
ପଦ ହରାଇଲେ ବାଲିପଟା ସରପଞ୍ଚ – ଅନାସ୍ଥା ସପକ୍ଷରେ ଦେଲେ ୧୨ଜଣ ୱାର୍ଡ ସଭ୍ୟସଭ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ବାଲିପଟ୍ଟା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ହୋଇଥିବା ଅନାସ୍ଥା ଭୋଟରେ ପଦ ହରାଇବା ସହିତ ନାଏବ ସରପଞ୍ଚଙ୍କୁ ମିଳିଛି…
ଦୁଇ ଦୁର୍ନୀତିଗ୍ରସ୍ତଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ସରକାର ପୁଣି ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…
ଦୁର୍ଘଟଣା ନେଲା ତିନି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗତ ଗୁରୁବାର…