ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳର ଜଣେ ମଦ ବ୍ୟବସାୟୀଙ୍କ ଶେଷନାଥ ଗୁପ୍ତା ଓ ରୂପେଶ କୁମାର ନାମକ ଦୁଇଜଣ କର୍ମଚାରୀ ତାଳଚେର ଶର୍ମା ଛକର ଏକ ମଦ ଦୋକାନରୁ ଟଙ୍କା ସଂଗ୍ରହ କରି ମୋଟରସାଇକେଲରେ ଅନୁଗୁଳ ଆସୁଥିଲେ । ତେବେ କୁରୁଡୁଲୁ ନିକଟରେ ଥିବା ଆସପଣ୍ଡ ତଳେ ହଠାତ ଏକ କାରରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଫାଙ୍କା ଗୁଳିଚାଳନା କରିବା ସହ କଟୁରିରେ ଶେଷନାଥଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରେ ଥିବା ୬ ଲକ୍ଷ ଟଙ୍କା ଲୁଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଶେଷନାଥଙ୍କ ହାତ ଓ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣାର ତଦନ୍ତ କରୁଛି ।
What’s your Reaction?
+1
+1
+1
+1
2
+1
4
+1
2
+1