ଠକେଇ ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ଅସ୍ଥାୟୀ କର୍ମଚାରୀ ଗିରଫ

ଠକେଇ ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ଅସ୍ଥାୟୀ କର୍ମଚାରୀ ଗିରଫ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଜମି ପଟା ଫାଡକୁ ନେଇ ପୁଣି ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ତହସିଲ କାର୍ଯ୍ୟାଳୟର ଜଣେ ଅସ୍ଥାୟୀ କର୍ମଚାରୀ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ପୁଲିସ ସୂଚନା ଅନୁସାରେ ବାହାଳସାହି ଗ୍ରାମର ନରୋତ୍ତମ ଭୁତିଆ ଜମି ପଟା ଫାଡ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଗତ ମେ ମାସରେ ଆବେଦନ କରିଥିଲେ । ତେବେ ଆବେଦନର ୨ ମାସ ବିତିଯାଇଥିଲେ କୈାଣସି କାର୍ଯ୍ୟ ନ ହେବାରୁ ଛେଣ୍ଡିପଦାର ବିଦ୍ୟାଧର ସେନାପତି ତାଙ୍କର ପଟା ଫାଡ କାର୍ଯ୍ୟ କରିଦେବେ ବୋଲି କହିଥିଲେ ।ଆଉ ଏହି ବାବଦକୁ ୩୦ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କ କହିବା ଅନୁଯାୟୀ  ନରୋତ୍ତମ ଭୁତିଆଙ୍କ ପରିବାର ଲୋକ ମାନେ ୨୫ହଜାର ଟଙ୍କା ଦେଇଥିଲେ । କିନ୍ତୁ ୨ମାସ ବିତିଯାଇଥିଲେ ମଧ୍ୟ ପଟା ଫାଡ ନହେବାରୁ ପୁଣିଥରେ ବିଦ୍ୟାଧରଙ୍କୁ ଯୋଗାଯୋଗ କରିଥିଲେ । ବକେୟା ୫ ହଜାର ନଦେଲେ ତୁମ କାମ ହେବ ନାହିଁ କହିବା ସହିତ ନରୋତମ ତହସିଲ କାର୍ଯ୍ୟାଳୟରେ ପଟା ଫାଡ ପାଇଁ ଦେଇଥିବା କାଗଜ ପତ୍ରକୁ ଫେରାଇ ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ ନରୋତମଙ୍କ ପରିବାର ଲୋକମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ନରୋତମ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି । ଅଭିଯୋଗକୁ ଭିତିକରି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ଥାନା କେସ ନଂ-୪୨୧/୨୨ରେ ଦଫା ୪୧୯,୪୨୦,୩୮୪,୫୦୬,୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରିବା ସହିତ ବିଦ୍ୟାଧର ସେନାପତି ଜମି ପଟାଫାଡ ପାଇଁ ନରୋତମକୁ ଫେରାଇଥିବା କାଗଜପତ୍ରକୁ ଜବତ କରିବା ସହିତ ବିଦ୍ୟାଧର ସେନାପତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

What’s your Reaction?
+1
4
+1
3
+1
1
+1
3
+1
29
+1
2
+1
1

Leave a Reply