ଅପରାଧ ଗୋ ହତ୍ୟା ଅଭିଯୋଗରେ ୩ ଗିରଫ Angul OnlineSeptember 6, 2022September 6, 2022 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଘଟଣାରୁ ପ୍ରକାଶ ପରଙ୍ଗ ଗ୍ରାମର ଅବିନାଶ ନାଏକଙ୍କର ଗୁହାଳରୁ ଏକ ଗୋରୁ ସୋମବାର ରାତିରେ ଚୋରୀ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରଙ୍ଗ ଗ୍ରାମର କିଷନ ଗୋଛାୟତ ,ଶରତ ଗୋଛାୟତ ଓ ରିମା ଗୋଛାୟତ ଏକ କଡେଇରେ କିଛି ମାଂସ ରାନ୍ଧୁଥିବା ବେଳେ କିଛି ଅନ୍ତନଳି , ପାକସ୍ଥଳୀ ଆଦି ଏକ ପାତ୍ରରେ ରଖିଥିବା ଦେଖିଥିଲେ । ଏହା ଦେଖି ଗ୍ରାମରକ୍ଷି ଓ ଗ୍ରାମ ସଭାପତିଙ୍କୁ ସେହି ସ୍ଥାନକୁ ଡାକି ନେଇ ଆସିଥିଲେ । ସେମାନେ ପଚାରିବାରୁ ଚୋରୀ କରି ଆଣି ଗ୍ରାମ ନିକଟସ୍ଥ ନାଳ ନିକଟରେ ଗୋରୁକୁ ହତ୍ୟାକରି କିଛି ମାଂସ ନାଳରେ ଭସାଇ ଦେବା ସହିତ କିଛି ମାଂସ ଆଣି ରୋଷେଇ କରିଥିବା ପ୍ରକାଶ କରିଥିଲେ । ଏ ନେଇ ଅବିନାଶ ନାଏକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ପରଙ୍ଗ ଗ୍ରାମରେ ଚଢାଉ କରି କିଷାନ ,ରିମା ଓ ଶରତକୁ ଗିରଫ କରି କୋର୍ଟ ଚାଲଣ କରିଛି । Advertisement
ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ…
ଘରେ ପଶି ଚୋରୀ କରୁଥିବା ବେଳେ ଧରା ପଡିଲା ଚୋର – ନିର୍ଧୂମ ଛେଚି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ – ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲା ଚୋର । ଆଉ ନିର୍ଧୁମ ମାଡ଼ ଖାଇବା ପରେ ପୁଲିସ ବାନ୍ଧି ନେଲା ଚୋରକୁ…
ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ସକାଳ ୯ ଟା ବେଳେ ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ…