Uncategorized ହାତ ଗୋଡ ବନ୍ଧା ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineSeptember 7, 2022September 7, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହାତ ଗୋଡ଼ ବନ୍ଧା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଅଞ୍ଚଳର ସୁଶାନ୍ତ ସାହୁ ବୋଲି ଜଣା ପଡ଼ିଛି । ଗତ କିଛି ଦିନ ହେଲା ସେ ନିଖୋଜ ଥିବା ଖମାର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରା ଯାଉଛି । ସୁଶାନ୍ତଙ୍କ ହାତ ଗୋଡ଼ ଲୁହାତାର ରେ ବନ୍ଧା ଯାଇଥିବା ବେଳେ ଏକ ପଥରରେ ବନ୍ଧା ଯାଇଛି । ଯେଉଁଥି ପାଇଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଉଛି । ସୁଶାନ୍ତଙ୍କ ଜମିବାଡିକୁ ନେଇ ତାଙ୍କ ଗାଁର ଅନ୍ୟ ଏକ ପରିବାର ସହ ଝଗଡା ଥିଲା । ଏହି ଝଗଡା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । Advertisement
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ…
ରାସ୍ତା ମଝିରେ ଯୁବତୀଙ୍କୁ ମାଡମାରି ନିର୍ଧୁମ ଛେଚା ଖାଇଲା ରୋମିଓ ଅନୁଗୁଳ – ରାସ୍ତା ଘାଟ ଜଗିଲେ , ଆଉ ପରେ ମୋବାଇଲରେ ପ୍ରେମ ନିବେଦନ କରି ଫେଲ ମାରିଲେ । ହେଲେ ଯୁବତୀ ଜଣଙ୍କ ଯୁବକଙ୍କ ପ୍ରେମ…
ଅନୁଗୁଳ କପ ୨୦୨୫ – କିଟ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି ।…