ମୁଖ୍ୟ ଖବର ସାପ କାମୁଡାରେ ଯୁବକ ମୃତ (ଭିଡିଓ) Angul OnlineSeptember 8, 2022September 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮ ବର୍ଷୀୟ ଲିପୁନ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଇଣ୍ଡାର ଏକ ଗ୍ୟାରେଜ ରେ କାମ କରୁଥିବା ଲିପୁନ ଏବଂ ଅନ୍ୟ ୫ ଜଣ କାମ ସାରି ଖଟରେ ଶୋଇଥିଲେ । ତେବେ ରାତିରେ ଶୋଇଥିବା ବେଳେ ଏକ ଚିତି ସାପ ମଝିରେ ଶୋଇଥିବା ଲିପୁନଙ୍କୁ କାମୁଡି ଦେଇଥିଲା । ଶାପ କାମୁଡିବା ପରେ ଅନ୍ୟମାନେ ଲିପୁନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ଆଠଗଡ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାପଟି ଲିପୁନକୁ କାମୁଡି ସାରିବା ପରେ ସେଇଠି ବୁଲୁଥିବାର ଏକ ଭିଡିଓ ଆମର ଅହସ୍ତଗୟତ ହୋଇଛି । ଦେଖନ୍ତୁ କିଭଳି ବୁଲୁଛି ସାପ । https://angulonline.com/wp-content/uploads/2022/09/WhatsApp-Video-2022-09-08-at-18.41.01.mp4 Advertisement
ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ…
ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ଅନୁଗୁଳ- ଅନୁଗୁଳ ସହର ହୁଲୁରିସିଂହାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି…
ଅଜଣା ଗାଡି ଧକ୍କାରେ ଟ୍ରକ ଚାଳକ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ଫାଟକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…