କାର ଭିତରୁ ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର

କାର ଭିତରୁ ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର

ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ କାଣ୍ଡସର ଗ୍ରାମ ନିକଟରେ ଛିଡ଼ା ହୋଇଥିବା (ଓଡ଼ି ୧୯ଟି ୫୮୨୦) ଏକ ମାରୁତି କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଅଞ୍ଚଳର ୪୦ ବର୍ଷୀୟ ପୀତାମ୍ବର ବେହେରା ବୋଲି ଜଣା ପଡିଥିବା ବେଳେ ସେ ନାଲକୋ ସିଆଏସଫରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସେ କୋୖଣସି କାମରେ ନିଜେ କାର ଚଳାଇ ନାଲକୋ ଟାଉନସିପ ବଜାରକୁ ଆସିଥିଲେ । କାରଟି ଦିନ ୯ ଠାରୁ ଅପରାହ୍ନ ୪ଟା ଯାଏ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲା । ଦୀର୍ଘ ସମୟ ଧରି କାରଟି ଛିଡା ହୋଇଥିବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ନାଲକୋନଗର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରର କାଚ ଭାଙ୍ଗି ଦେଖିବା ବେଳେ ସେଥିରେ ପୀତାମ୍ବର ମାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ପିତାମ୍ବରଙ୍କ କିଭଳି ମୃତ୍ୟୁ ହୋଇଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

What’s your Reaction?
+1
0
+1
0
+1
0
+1
1
+1
0
+1
0
+1
3

Leave a Reply