ତାଳଚେର – ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କୋଇଲାଖଣି ସୁରକ୍ଷା ଦାଇତ୍ୱ ରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରା ଯାଇଥିଲା । ଖଣିର ଲୋକାଲ ସେଲ plot ରୁ ଚୋରାରେ କୋଇଲା ଲୋଡିଙ୍ଗ କରୁଥିବା ସମୟରେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ କରିଛି । ରାତି ପ୍ରାୟ ଗୋଟାଏ ବେଳେ କୋଇଲା ଚୋରି କରୁଥିବା ଅବସ୍ଥାରେ OISF ଟିମ ଏହି ଗାଡି ସବୁ ଜବତ କରିଥିବା ବେଳେ ଗାଡି ଗୁଡିକର ଚାଳକ ସମେତ ଚୋର ଚମ୍ପଟ ମାରିଥିଲେ । ତେବେ କଡା ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି plot ଭିତରକୁ ଗଲା ତାହା ସନ୍ଦେହ ସୃଷ୍ଟି କରିଛି । ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଁଚି ଛାନ ଭିନ ଆରମ୍ଭ କରିଛି ।
What’s your Reaction?
+1
2
+1
+1
+1
+1
2
+1
+1