ଆଞ୍ଚଳିକ ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର Angul OnlineSeptember 10, 2022September 10, 2022 ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ଲାଗିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଭୟଭୀତ ହୋଇଯିବା ସହ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଖବର ପାଇ ଘଟଣା ସ୍ଥଳରେ ସାଥୀ ବିଜୁ ଭୋଇ ଏବଂ ପିଣ୍ଟୁ ବେହେରାଙ୍କ ସହ ପହଞ୍ଚି ସାପଟି ଜାଲ ଭିତରେ ପଶି ରହିଥିବା ଦେଖିଥିଲେ । ସେ ଦୀର୍ଘ ସମୟ ଚେଷ୍ଟା କରି ଅତି ସାବଧାନତାରେ ଜାଲ କାଟି ଶେଷରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ସହ ଯୋଗାଯୋଗ କରି ମନ୍ଦରଗିରି ପାହାଡରେ ସାପଟିକୁ ଛାଡିଥିଲେ । Advertisement
ଦୁର୍ଘଟଣାରେ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ…
ଗାଡ଼ି ଧକ୍କାରେ ଭାଲୁ ମୃତ ଆଠମଲ୍ଲିକ – ଅନଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବପାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ରାସ୍ତା ଅତିକ୍ରମ କରୁଥିବା ଏକ ଭାଲୁର ମୃତ୍ୟୁ…
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…