ମୁଖ୍ୟ ଖବର ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ Angul OnlineSeptember 12, 2022September 13, 2022 ଅନୁଗୁଳ – ଆଇରନ ବଟିକା ଖାଇ ୯ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଛେଳିଆପଡା ପଞ୍ଚାୟତ ନୂଆଁଗାଁ ପ୍ରାଥମିକ ସ୍କୁଲରେ ଆଜି(ସୋମବାର) ଆଇରନ ବଟିକା ଦିଆ ଯାଇଥିଲା । ସ୍କୁଲରେ ପ୍ରାୟ ୧୦୦ ପିଲା ଏହି ବଟିକା ଖାଇଥିଲେ । ତେବେ ଅପରାହ୍ନରେ କିଛି ଛାତ୍ରଛାତ୍ରୀଙ୍କର ପେଟ କାଟି ଥିଲା ତ ଆଉ କାହାର ବାନ୍ତି ହୋଇଥିଲା । ଆଉ କିଛି ପିଲାଙ୍କର ଗୋଡ଼ହାତ ଝିମଝିମ ହୋଇଥିବା ଅଭିଭାବକ ମାନେ କହିଛନ୍ତି । ପିଲାଙ୍କର ଏଭଳି ଅବସ୍ଥା ଦେଖି ସେମାନେ ସେମାନଙ୍କ ପିଲାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡ଼ାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖା ଯାଇଛି । ସେପଟେ ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରା ଯାଇଥିବା ବେଳେ ପିଲାଙ୍କୁ ଆଇରନ ବଟିକା ଦିଆ ଯାଇଥିଲା , ଆଉ ଏ ନେଇ ଅଧିକ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି । Advertisement
ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା…
କାଜୁ ଜଙ୍ଗଲରେ ବିଷ ପିଇଲେ ପ୍ରେମୀଯୁଗଳ – ଉଧାର କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି ।…
କେନାଲରେ ବୁଡି ଦୁଇ ନାବାଳକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ…