ଅପରାଧ ମହିଳାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ Angul OnlineSeptember 14, 2022September 14, 2022 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ମିଳିଛି ଏକ ବଡ଼ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଏହି ବେପାରରେ କିଙ୍ଗପିନ କୁହା ଯାଉଥିବା ଜଣେ ମହିଳା ଓ ତାର ସହଯୋଗୀକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଗିରାଙ୍ଗ ଅଂଚଳରେ ରହୁଥିବା ଝିଲି ସାହୁ ନାମକ ଜଣେ ମହିଳା ଅନେକଦିନ ହେଲା ବ୍ରାଉନସୁଗାର ବେପାର କରୁଥିବା ଖବର ମିଳିଥିବା ବେଳେ ଏହା ଉପରେ ଅବକାରୀ ବିଭାଗ ନଜର ରଖିଥିଲା । ଆଜି ସେ ବ୍ରାଉନସୁଗାର ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ ତାଳଚେର ମୁଣ୍ଡାସାହି ଠାରେ ତାକୁ ଧରି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତା ନିକଟରୁ ୧୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ହେବ । ଝିଲି ସହ ତାର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ ଅବକାରୀ ବିଭାଗ ଗିରଫ କରିଛି । ଝିଲି ଅନେକ ଦିନ ହେଲା ଏହି ବେପାର କରୁଥିବା ବେଳେ ସେ ନାଲକୋ ଏବଂ ତାଳଚେର ଅଞ୍ଚଳରେ ଏହି ବ୍ୟବସାୟ କରି ଆସୁଥିଲା । ତେବେ ସେ କେଉଁଠାରୁ ଆଉ କିଭଳି ବ୍ରାଉନସୁଗାର ଆଣୁଥିଲା ସେ ନେଇ ତଦନ୍ତ କରା ଯାଉଛି । Advertisement
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…
ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା…
ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା…