ଅପରାଧ ଡିକି ଭାଙ୍ଗି ଟଙ୍କା ଲୁଟେରାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ Angul OnlineSeptember 14, 2022September 14, 2022 ଅନୁଗୁଳ – ଚୋରଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ । ଖୁଣ୍ଟ ରେ ବାନ୍ଧିଦେଲେ ଆଉ ତାପରେ ଯିଏ ପାରିଲା ବିଧା , ଆଣ୍ଠୁଆ ମାରି ଚାଲିଲା । ଆଉ ତା ପରେ ପୁଲିସକୁ ଡାକି ଉଭୟ ଚୋରକୁ ହସ୍ତାନ୍ତର କଲେ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଅଂଚଳରେ । ଆଉ ଏହି ମାଡ ସମୟର ଦୃଶ୍ୟ ଏବେ ଭାଇରାଲ ହେଉଛି । ସୂଚନା ଅନୁସାରେ ଗତ କିଛିଦିନ ହେଲା ତାଳଚେର ଅଂଚଳରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ବଢିଛି । ଗତ କିଛି ମାସ ତଳେ ଜଣେ ବ୍ୟକ୍ତିଙ୍କର ଦେଢ଼ ଲକ୍ଷ ଟଙ୍କା ଚୋରି ହୋଇଥିଲା । ପୁଲିସରେ ଅଭିଯୋଗ କରିବା ସହ ସିସି ଟିଭି ଜାଞ୍ଚ କରିବା ସତ୍ୱେ ଚୋରଙ୍କ ସନ୍ଧାନ ମିଳି ପାରି ନଥିଲା । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଳଚେର ଶର୍ମା ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଆସିଥିଲେ । ସେହି ସମୟରେ ଦୁଇ ଜଣ ଯୁବକଙ୍କ କାର୍ଯ୍ୟକଳାପ ସନ୍ଦେହ ଲାଗି ଥିଲା । ସେ ମୋବାଇଲରୁ ପୂର୍ବ ଚୋରିର ସିସି ଟିଭି ଫୁଟେଜ ଦେଖିବା ବେଳେ ସମାନ ଯୁବକ ଆଉ ସେମାନେ ବ୍ୟବହାର କରୁଥିବା ମୋଟରସାଇକେଲ ସମାନ ଦେଖିଥିଲେ । ଏହା ଦେଖି ସେ ତାଙ୍କ ସଙ୍ଗସାଥୀଙ୍କୁ ସୂଚନା ଦେବାରୁ ସାଙ୍ଗସାଥି ସେଠାରେ ପହଞ୍ଚି ଉଭୟ ଯୁବକଙ୍କୁ କାବୁ କରିନେବା ସହ ଖୁଣ୍ଟରେ ବାନ୍ଧି ଦେଇ ପୁଲିସକୁ ସୂଚନା ଦେଇଥିଲେ । ତେବେ ପୁଲିସ ଆସିବା ପୂର୍ବରୁ ସେଠାରେ ଜନ ଗହଳି ବଢିବା ସହ ଉଭୟ ଯୁବକଙ୍କ ଉପରେ ନିସ୍ତୁକ ମାଡ ମଧ୍ୟ ଦେଇଥିଲେ । ପରେ ପୁଲିସ ପହଂଚି ଉଭୟ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ସେମାନଙ୍କୁ ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ସେମାନେ ଡିକି ଭାଙ୍ଗି ଟଙ୍କା ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହ କରା ଯାଉଛି । Advertisement
ପରକ୍ରିୟାପ୍ରୀତି ଆଳ କରି ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଗୁଳାଗାଡିଆ ଗ୍ରାମରେ ପରକ୍ରିୟାପ୍ରୀତି ସନ୍ଦେହ କରି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା…
ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା…
ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ ) ଅନୁଗୋଳ – ରାଜପଥରେ ଯାଉଥିବା ଟ୍ରକକୁ ଅଟକାଉଥିଲା । ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଲୁଟୁଥିଲା । ଖବର ପାଇ ମାଡି ବସିଲା ପୁଲିସ…