ମୁଖ୍ୟ ଖବର ବ୍ରାହ୍ମଣଦେଇପଡାରୁ ଶିଶୁପୁତ୍ର ଉଦ୍ଧାର Angul OnlineSeptember 15, 2022September 16, 2022 ଅନୁଗୁଳ – ଅନୁଗୁଳ ସହର ବ୍ରାହ୍ମଣଦେଇପଡାରୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପଡାର ଏକ ପିଣ୍ଡିରେ କପଡ଼ାରେ ଗୁଡା ହୋଇ ଶିଶୁପୁତ୍ରଟି ପଡିଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ସୁବାସ ଚନ୍ଦ୍ର ହାଜରା ଓ ଅନ୍ୟ ଜଣେ ଯୁବକଙ୍କ ନଜର ପଡିଥିଲା । ଆଖପାଖରେ ପଚରାଉଚରା କରିବା ବେଳେ ଶିଶୁପୁତ୍ରଟିର କେହି ଦାବିଦାର ନଥିବା ଜଣା ପଡିଥିଲା । ଏଣୁ ଉକ୍ତ ଯୁବକ ଦୁଇଜଣ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁପୁତ୍ରଟିର ଅବସ୍ଥା ସ୍ଥିର ଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ ଏନ ସି ୟୁରେ ଭର୍ତ୍ତି କରା ଯାଇଛି । ତେବେ କିଏ ଓ କାହିଁକି ଶିଶୁପୁତ୍ରଟିକୁ ଏଭଳି ଛାଡି ଯାଇଛି ସେ ନେଇ ପୁଲିସ ତଦନ୍ତ କରୁଛି । ଚାଇଲଡ଼ ଲାଇନ ମଧ୍ୟ ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପହଂଚିଛି । Advertisement
ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଉପଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳଙ୍କ ମାନବିକତା । ବାଟରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ଦେଖି ନିଜ ଗାଡି ଅଟକାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା…
ବିଷ ପିଇଲେ ପ୍ରେମିଯୁଗଳ ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ…
ପେନସିଲ ମୁନରେ ଜଗନ୍ନାଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ…