ମୁଖ୍ୟ ଖବର କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ Angul OnlineSeptember 15, 2022September 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ବଡ଼ଖଳି ଗ୍ରାମର ସୁମନ୍ତ କୁମାର ବିଶୋଇ ବୋଲି ଜଣା ପଡ଼ିଛି । ଶ୍ରୀ ବିଶୋଇ ଆଜି ସକାଳେ ସାଇକେଲ ଯୋଗେ ଅନୁଗୁଳ କୌଣସି କାମରେ ଆସିଥିଲେ । ସେଠାରୁ କାମ ସାରି ବନ୍ଦା ଛକ ନିକଟ ଦେଇ ଘରକୁ ଯିବା ସମୟରେ ପଛପଟୁ ଏକ କଣ୍ଟେନର ଟ୍ରକ୍ ଚକା ତଳେ ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରୁ କଣ୍ଟେନର ଓ ଡ୍ରାଇଭର କୁ ବଅଁରପାଳ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । Advertisement
ମଦ ପିଇଥିବା ମିଛ ଚାଲାଣ କଟିବା ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା ଅନୁଗୁଳ – ମହିଳାଙ୍କ ନାମରେ ମଦ ପିଇ ଗାଡ଼ି ଚଲାଉଥିବା ନେଇ ପରିବହନ ବିଭାଗ ଚାଲାଣ ପଠାଇବା ପରେ ତାଙ୍କର ସମ୍ମାନହାନୀ ହୋଇଥିବା ନେଇ ଜଣେ ମହିଳା…
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର…