ଆଞ୍ଚଳିକ ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ Angul OnlineSeptember 15, 2022September 15, 2022 ଭୁବନେଶ୍ବର – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର ବିଭିନ୍ନ ସିଏସଆର କାର୍ଯ୍ୟ ଗତକାଲି (୧୪ ସେପ୍ଟେମ୍ବର ୨୦୨୨ ଦିନ) ବୁଲି ଦେଖିଥିଲେ । ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଜେଏସପି ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଆଶା ଦି ହୋପ୍ କେନ୍ଦ୍ରକୁ ଶ୍ରୀ ଝା ପ୍ରଥମେ ପରିଦର୍ଶନ କରି କେନ୍ଦ୍ରର ୯୪ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଭିନ୍ନକ୍ଷମ ଶିଶୁ ଏବଂ ସେମାନଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରିଥିଲେ। ଆଶା ଦି ହୋପ୍ କେନ୍ଦ୍ରରେ ଏହି ପିଲାମାନଙ୍କୁ ଫିଜିଓଥେରାପି, ସେନ୍ସୋରୀ ଇଣ୍ଟିଗ୍ରେସନ୍ ଥେରାପି, ସ୍ଵତନ୍ତ୍ର ଶିକ୍ଷା ଏବଂ ସ୍ପିଚ ଥେରାପି ପରି ବିଭିନ୍ନ ସହାୟତା ଯୋଗାଇ ଦେଇ ଆସୁଛି । ଡିଏଭି ସାବିତ୍ରୀ ଜିନ୍ଦଲ ବିଦ୍ୟାଳୟ ପରିଦର୍ଶନ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା କରିବା ସହିତ ଲ୍ୟାବ ଆଧାରିତ ଶ୍ରେଣୀଗୃହ ବ୍ୟବସ୍ଥା କରିବା ପାଇଁ ଶ୍ରୀ ଝା ପରାମର୍ଶ ଦେଇଥିଲେ । ଜିନ୍ଦଲ ଜନ ଜୀବିକା କେନ୍ଦ୍ରରେ ମହିଳା ମାନଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଔଦ୍ଯଗିକ କାର୍ଯ୍ୟ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର ବଜାର ସଂଯୋଗକୁ ଅଧିକ ଦୃଢ କରିବା ପାଇଁ ସେ ପରାମର୍ଶ ଦେଇଥିଲା ।“ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଭିଜନ ଅନୁଯାୟୀ, ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉତ୍ପାଦକୁ ବିଶ୍ଵ ବଜାରରେ ପହଞ୍ଚାଇବା ଆବଶ୍ୟକ । ଏହି ଉତ୍ପାଦର ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ମାର୍କେଟିଂକୁ ଅଧିକ ଉନ୍ନତ କରି ଏହାକୁ ଅଧିକ ବଜାର ଉପୋଯୋଗୀ କରିବା ଆବଶ୍ୟକ,” ବୋଲି ଶ୍ରୀ ଝା କହିଥିଲେ । “ଜେଏସପିର ପରିଚାଳନା ନିର୍ଦେଶକ ଶ୍ରୀ ଝା ଆମ କାର୍ଯ୍ୟ ଦେଖି ଏହାର ମାର୍କେଟିଂକୁ ଅଧିକ ଉନ୍ନତ କରିବାକୁ ଦେଇଥିବା ମାର୍ଗଦର୍ଶନ ପାଇଁ ଆମେ ଧନ୍ୟବାଦ ଜଣାଉଛୁ । ଆମେ ନିଶ୍ଚିତ ଯେ ତାଙ୍କ ଏହି ପରାମର୍ଶ ଆମକୁ ଆହୁରି ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବ,” ବୋଲି ଜିନ୍ଦଲ ଜନ ଜୀବିକା କେନ୍ଦ୍ରରେ ଇକୋ-ସ୍ପା ଚଳଉଥିବା ଶ୍ରୀମତୀ ଶିଲା ବେହେରା କହିଛନ୍ତି। ଜିନ୍ଦଲ ଜନ ଜୀବିକା କେନ୍ଦ୍ରରେ 1200ରୁ ଅଧିକ ମହିଳାଙ୍କୁ ବିଭିନ୍ନ ମାଇକ୍ରୋ ଏଣ୍ଟରପ୍ରାଇଜେସ୍ ଚଳାଇବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟମରେ ଜେଏସପି ଫାଉଣ୍ଡେସନ ସହାୟତା ଯୋଗାଇଆସୁଛି । ଏହାବ୍ୟତୀତ , ବାସୁଦେବପୁର କମ୍ୟୁନିଟି ସେଣ୍ଟରରେ ସ୍ଵସ୍ତି ଏକ୍ସପ୍ରେସ୍ କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ଶିବିରରେ ଡାକ୍ତରୀ ଦଳ ସହିତ କଥାବାର୍ତ୍ତା କରିଥିଲେ । ଜେଏସପି ଫାଉଣ୍ଡେସନର କିଶୋରୀ ଏକ୍ସପ୍ରେସ୍ ରେ ହିମୋଗ୍ଲୋବିନ ପରୀକ୍ଷା କରୁଥିବା କିଶୋରୀ ମାନଙ୍କ ସାହିତ ମଧ୍ୟ କଥାବାର୍ତ୍ତା କରିଥିଲେ । ପରିଶେଷରେ ଆଶା ଦି ହୋପ୍ କେନ୍ଦ୍ରର ଶିଶୁ ଏବଂ ସେମାନଙ୍କ ପିତାମାତାମାନଙ୍କ ସହିତ ଜିନ୍ଦଲ ନଗର ସ୍ଥିତ ଦେବଭୂମୀ ମନ୍ଦିରର ଆନନ୍ଦ ବଜାରରେ ଶ୍ରୀ ଝା ମଧ୍ୟାହ୍ନ ଭୋଜନ କରିଥିଲେ। Advertisement
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା ।…
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…
କୁକୁର କାମୁଡାରେ ହରିଣ ମୃତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା…