ମୁଖ୍ୟ ଖବର ପୁଣି ତିନି ଦୋକାନ ସିଲ କଲା ପ୍ରଶାସନ Angul OnlineSeptember 16, 2022September 16, 2022 ଅନୁଗୁଳ – ଆକ୍ସନ ମୁଡ଼ରେ ପ୍ରଶାସନ । ସହରର ବଜାର ଭିତରେ ଥିବା କିଛି ଦୋକାନ ବାରମ୍ବାର ତାଗିଦ କରିବା ସତ୍ୱେ ରାସ୍ତା ଉପରେ ଆବର୍ଜନା ପକାଇ ପରିବେଶ ଖରାପ କରୁଛନ୍ତି । ଏହା ସହ ସହରର ମଧ୍ୟସ୍ଥଳରେ ଗାଦି ଜମାଇ ବେପାର କରୁଥିବା ବେଳେ ଅନେକ ବର୍ଷ ହେଲା ହୋଲ୍ଡିଂ ଟାକ୍ସ ଦେଉ ନାହାନ୍ତି । ଏହା ସହ ଅନେକ ଦୋକାନ ଘରର ବିଲ୍ଡିଂ ଆପୃଭାଲ ନଥିବା ବେଳେ ଟ୍ରେଡ଼ ଲାଇସେନ୍ସ ମଧ୍ୟ ନାହିଁ । ଏହିସବୁରେ ଖିଲାପି କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଆଜି ସହରର ଥିବା ଭି ୨ ନାମକ ଏକ ମଲ ଏବଂ କାଞ୍ଚନ ସାନିଟାରୀ ନାମକ ଏକ ଦୋକାନ ରାସ୍ତା ଉପରେ ଆବର୍ଜନା ପକାଉଥିବା ଖବର ପାଇ ମଲଟି ଡିସିପ୍ଲିନାରୀ ଟିମ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ସମୟରେ ଉଭୟ ଦୋକାନର ଟ୍ରେଡ଼ ଲାଇସେନ୍ସ , ବିଲ୍ଡିଂ ଆପୃଭାଲ ଓ ହୋଲ୍ଡିଂ ଟାକ୍ସ ଦିଆ ଯାଇ ନଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଉଭୟ ଦୋକାନକୁ ସିଲ କରିଦେବା ସହ ଶୀତଳ ପ୍ଲାଜାରେ ଥିବା ଏକ ମୋବାଇଲ ଦୋକାନକୁ ମଧ୍ୟ ସମାନ କାରଣ ପାଇଁ ସିଲ କରାଯାଇଛି । Advertisement
ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ । ଏହାର ସଂଖ୍ୟା ଅଧିକ ରହିଛି । ଗତକାଲି…
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…
ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୁବନେଶ୍ଵର -(ANGULONLINE)- ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଅଭୟ କୁମାର ଦାସଙ୍କର ବଦଳି ହୋଇଛି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରା କରାଯାଇଥିବା…