ମୁଖ୍ୟ ଖବର ପାଠ ପଢିବାକୁ ଯାଇଥିଲେ , ଶବ ହୋଇ ଫେରିଲେ Angul OnlineSeptember 18, 2022September 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଞ୍ଜରା ଗ୍ରାମର ଛାତ୍ର ଶୁଭ୍ରାଂଶୁ ଦେହୁରୀ (ପିପୁ) ଜେଇ ମେନ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୩୪% ରଖି ସାରା ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ମନ ବଳାଇଥିବା ଶୁଭ୍ରାଂଶୁ ଚେନ୍ନାଇରେ ରହି IIT ପାଠ ପଢୁଥିଲେ । କିଛି ଦିନ ପୂର୍ବରୁ ପ୍ରଥମ ସେମିଷ୍ଟର ପରୀକ୍ଷାରେ ଗତଥର ଅପେକ୍ଷା ସାମାନ୍ୟ କମ ମାର୍କ ଥିବାରୁ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଶୁଭ୍ରାଂଶୁ ୪/୫ ଦିନ ହେବ ମାନସିକ ସ୍ତରରେ ଦୁର୍ବଳ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଯାଇଥିଲେ । ସେ ରହୁଥିବା ଚେନ୍ନାଇ ସ୍ଥିତ ହଷ୍ଟେଲରୁ ତାଙ୍କ ଝୁଲନ୍ତା ଶବକୁ ତାମିଲନାଡୁ ପୁଲିସ ଜବତ କରି ପରିବାର ବର୍ଗକୁ ହସ୍ତାନ୍ତର କରିଛି । ତେବେ ପାଖରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ବେଳେ ମାନସିକ ଚାପରେ ଏଭଳି କରିଥିବା ସନ୍ଦେହ କରାଯାଉଛି । ଏ ଖବର ଜଣା ପଡିବା ପରେ ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତେବେ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପୁଅର ଶବକୁ ଜାବୁଡ଼ି ଧରି କାନ୍ଦି ଉଠିଥିଲେ ପରିବାର । ଏ ପୁଅ ଉଠୁ, ଏତେବେଳ ହେଲାଣି ଏଯାଏଁ ଶୋଇଛୁ । ତୋ ପାଇଁ କେତେ କଣ ରାନ୍ଧିକି ରଖିଛି, ତୋ ସାନ ଭଉଣୀ ପାଠ ପଢିକି ଆସୁ ମିଶିକି ଖାଇବ । ଦେଖୁନୁ ତୁ ରାଗିଛୁ ବୋଲି ତୋ ବାପା ବି ଏଯାଏଁ କିଛି ଖାଉନାଁହାନ୍ତି । ଅବୁଝା ହଅନି ରେ, ମୋ ସୁନା ପୁଅଟା । ସମସ୍ତେ କହୁଛନ୍ତି ମୁଁ କୁଆଡେ ପାଗଳ ହେଇଗଲିଣି । ହେଲେ ସେମାନେ କଣ ଜାଣିବେ ଆମ ଘର କଥା ! ମୁଁ ଜାଣିଛି ମୋ ପୁଅ ମିଛଟାରେ ଶୋଇଛି । ମୁଁ ପରା ମା ,ମୋ ଅବୁଝା ମନ କଣ ବୁଝୁଛି । ଏ , ମୋ ଛୁଆକୁ କୁଆଡେ ନେଇ ଯାଉଛ । ତାକୁ ଟିକେ ଆଖି ପୁରେଇ ଦେଖିନିଏ । ତାକୁ ଟିକେ ଗେଲ କରିବାକୁ ଦିଅ । ଏମିତି କହି ମା ବାହୁନି କାନ୍ଦୁଥିବା ବେଳେ ଅଞ୍ଚଳବାସୀଙ୍କ ଆଖିରେ ଲୁହ ଝଋ ପଡୁଥିଲା । Advertisement
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…
ସଂଗ୍ରାମର ମାଟି ଅନୁଗୁଳ – ମୁଖ୍ୟମନ୍ତ୍ରୀ 👉 ୧୮୦୦ କୋଟି ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ 👉 ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ…
ବିଦ୍ୟୁତ୍ ବିଭାଗର ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ଅନୁଗୁଳ – ବିଦ୍ୟୁତ୍ ବିଭାଗର ( ପି ସି ଓ ଡି ଏଲ ) ବିଭିନ୍ନ ସେବାକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ…