ମୁଖ୍ୟ ଖବର ବଦଳିଲେ ନିର୍ବାହୀ ଅଧିକାରିଣୀ Angul OnlineSeptember 21, 2022September 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁସାରେ ରଶ୍ମି ରେଖା ଅମାନ୍ତଙ୍କୁ ତାଳଚେରରୁ ବଦଳି କରା ଯାଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ତେବେ ବର୍ତ୍ତମାନ ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ କାହାକୁ ଦାୟିତ୍ୱ ଦିଆ ଯାଇ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ରଶ୍ମି ରେଖା ତାଳଚେର ପୌରପାଳିକାରେ ଯୋଗ ଦେଇ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତେବେ ଗତ ପୌରପାଳିକାର ସ୍ୱାୟତ ଶାସନ ଦିବସରେ ବିଜେଡିର କାଉନସିଲର ମାନେ ଅନୁପସ୍ଥିତ ରହିବା ସହ ତାଙ୍କୁ ନିର୍ବାହୀ ଅଧିକାରିଣୀ ଅବହେଳା କରୁଥିବା କଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । Advertisement
ୱେଲଡିଙ୍ଗ୍ ଦୋକାନ ଘରୁ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ…
ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ସହରରେ ଚାଲିଥିବା ପୂଜା ମାହୋଲ ପୂର୍ବରୁ ନୂତନ ଏସ୍.ପି. ରାହୁଲ ଜୈନ ଯୋଗଦାନ କରିବା ପରେ ଅନୁଗୁଳ ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ…
ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ପୁରୁଣାପାଣି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡ଼ିବା ପରେ ମହିଳାଙ୍କୁ ମେଡିକାଲକୁ ନଆଣି ଗୁଣିଆ…