ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ଦୋକାନ ଉପରେ ଚଢାଉ କରାଯାଇ ଜୋରିମନା ଆଦାୟ କରାଯାଇଛି । ଏହା ସହ ଜନଗହଳି ସ୍ଥାନରେ କିଛି ଲୋକ ସିଗାରେଟ୍ ଟାଣୁ ଥିବାରୁ ସେମାନଙ୍କ ଠାରୁ ମଧ୍ୟ ଜୋରିମନା ଆଦାୟ କରାଯାଇଥିଲା । ଏହି ଚଢାଉରେ ଅନୁଗୁଳ FSO ହରପ୍ରିୟା ବେହେରା, ତାଳଚେର FSO ସୁମିତ୍ ସୌରଭ ପରିଡା, ଅନୁଗୋଳ MTS ନୀଳାମ୍ବର ପ୍ରଧାନ, ମେଡିକାଲ ଟିମ୍ ଏବଂ ବଅଁରପାଳ ଥାନା ଉପସ୍ଥିତ ରହି ଥିଲେ ।
What’s your Reaction?
+1
3
+1
+1
+1
+1
5
+1
+1