ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ

ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁର ତନ୍ମୟ ସାହୁଙ୍କର ବୁଧବାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ତାଙ୍କ ମୋଟରସାଇକେଲରେ ଘରୁ ବାହାରି ଯାଉଥିବା ବେଳେ ଭାଲୁଖାଇ ନିକଟରେ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆ ଯାଉଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତନ୍ମୟ କଥା କହି ପାରୁ ନଥିଲେ ମଧ୍ୟ ତାଙ୍କ ଆଚାର ଓ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କ ପାଖରେ ବେଶ ପରିଚିତ ଥିଲେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତ । କିନ୍ତୁ ଦୁର୍ଘଟଣା ଖବର ରହିଛି । ଦୁର୍ଘଟଣାର ଶୀକାର ହୋଇଥିବା ଯୁବକଙ୍କର କଟକରେ ମୃତ୍ୟୁ ହୋଇଥିବା ଖବର ଆସିଥିବା ସେ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
1

Leave a Reply