ମୁଖ୍ୟ ଖବର ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା Angul OnlineSeptember 22, 2022September 22, 2022 ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀ ଅନୁଗୁଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି । ସାଜସଜ୍ଜା ବେଶ ଆକର୍ଷଣ ହେଉଥିବାବେଳେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବାକୁ ନେଇ ସୁପ୍ରିମକୋଟଙ୍କର ନିର୍ଦ୍ଦେଶନାମାକୁ ଚଳିତ ବର୍ଷ କଡା କଡି ଭାବେ ପାଳନ କରାଯିବ । ମାଇକ ବାଜିବା ଓ ବାଣ ଫୁଟିବା ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବାରୁ ଏଥିରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଦୁର୍ଗାପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀ ଜିଲ୍ଲାର ପୁରପଲ୍ଲୀରେ ପାଳନ ହେଉଥିବାରୁ ସମ୍ପୃକ୍ତ ଅଧିକାରୀମାନେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବାଜିବା ଦ୍ବାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ହେଉଥିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ଗ୍ରାମାଞ୍ଚଳରେ ପର୍ବ ପର୍ବାଣୀରେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବଜାଇବାର କୁପ୍ରଭାବ ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ଅବଗତ କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଦୁର୍ଗା ପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀରେ ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣକୁ ଦୃଷ୍ଟିରେ ରଖି ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Advertisement
ଆରଟିଓଙ୍କୁ ତିରିଶ ହଜାର ଟଙ୍କା ଜୋରିମନା ଅନୁଗୋଳ – ଗାଡି ଚାଳକ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସ୍ମାର୍ଟକାର୍ଡରେ କରିବାକୁ ଯାଇଥିବା ବେଳେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଏହାର ଅବଧି ସରି ଯାଇଥିବା କହିବା…
କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି…
ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ…