ଉଠା ଜଳ ସେଚନ ପାଇଁ ୨୩୯ କୋଟି ୨୭ ଲକ୍ଷ ଅନୁମୋଦନ – କୃତଜ୍ଞତା ଜ୍ଞାପନ କଲା ବିଜେଡ଼ି

ଉଠା ଜଳ ସେଚନ ପାଇଁ ୨୩୯ କୋଟି ୨୭ ଲକ୍ଷ ଅନୁମୋଦନ – କୃତଜ୍ଞତା ଜ୍ଞାପନ କଲା ବିଜେଡ଼ି

ଅନୁଗୁଳ – କଟକ ଓ ଅନୁଗୁଳ ଜିଲ୍ଲାରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷ ଉପଯୋଗୀ ଢ଼ିପ ଜମିଗୁଡିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ପ୍ରବାହମାନ ଜଳସେଚନ ପଦ୍ଧତି ଦ୍ଵାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ଏହି ଜମି ଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର “ ପାର୍ବତୀ ଗିରି ବୃହତ୍ ଉଠା ଜଳ ସେଚନ ଯୋଜନା ” କୁ ଅନୁମୋଦନ ପ୍ରଦାନ କରିଛନ୍ତି । ଉକ୍ତ ଯୋଜନା ମାଧ୍ୟମରେ ମୋଟ ୧୦ , ୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨ , ୬୩ , ୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନା ଅନ୍ତର୍ଗତ ଉପରୋକ୍ତ ପ୍ରକଳ୍ପ ମାଧ୍ୟମରେ କଟକ ଓ ଅନୁଗୁଳ ଜିଲ୍ଲାରେ ଖରସୁଆ , କାଣୀ ଏବଂ ବୈତରଣୀ ନଦୀରୁ ଜଳ ଉତ୍ତୋଳନ କରି pressurized distribution system ମାଧ୍ୟମରେ ୧୨ , ୯୧୪ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇଦେବା ସହିତ ପ୍ରକଳ୍ପ ଗୁଡିକର ବିଦ୍ୟୁତ ସଂଯୋଗୀକରଣ ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣ ବେକ୍ଷଣ ପାଇଁ ପ୍ରସ୍ତାବ ରହିଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି କଟକ ଏବଂ ଅନୁଗୁଳ ଜିଲ୍ଲାରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ବାରା କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀର ବାଙ୍କୀ ଓ ଡମପଡ଼ା ବ୍ଳକ ଓ ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନମଣ୍ଡଳୀର କଣିହାଁ ବ୍ଳକ କୃଷକମାନେ ଉପକୃତ ହେବା ସହିତ ଏହାର ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ । ଏତଦ୍‌ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ । ଏଥିପାଇଁ ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରା ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ସାଂସଦ ମହେଶ ସାହୁ , ପାଲଲହଡ଼ା ବିଧାୟକ ମୁକେଶ ପାଳ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ,ଆଠମଲ୍ଲିକ ବିଧାୟକ ରମେଶ ସାଏ , ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁନାଭ ସିଂହ ଓ କଣିହାଁ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply