କଳାହିରାର ସହରରୁ ଧଳା ଜହର ଜବତ – ଜଣେ ଗିରଫ

କଳାହିରାର ସହରରୁ ଧଳା ଜହର ଜବତ – ଜଣେ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକ ଦିନ ହେଲା କଳାହିରାର ସହର ତାଳଚେରରେ ଧଳା ଜହର ବିକ୍ରି କରୁଥିବା ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ସହ ତା ନିକଟରୁ ବ୍ରାଉନ ସୁଗାର ଜବତ କରା ଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତାଳଚେର ରେମୁଆଁ ଅଞ୍ଚଳର ବ୍ରଜ ମୋହନ ପଟ୍ଟନାୟକ ଓରଫ ଭିକୁ । ସେ ଧଳା ଜହର ବିକ୍ରି ପାଇଁ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ତା ନିକଟରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି ।

What’s your Reaction?
+1
3
+1
0
+1
0
+1
0
+1
6
+1
1
+1
5

Leave a Reply