ମୁଖ୍ୟ ଖବର କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା Angul OnlineOctober 1, 2022October 1, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ ଛାତ୍ରୀ ସେହି ଗ୍ରାମର ଯୋଗେନ୍ଦ୍ର ନାଏକଙ୍କ ଝିଅ ଦେବସ୍ମିତା ନାଏକ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ତଦନ୍ତ ଚଳାଇଛି । ପ୍ରାପ୍ତ ସୂଚନା ମୁତାବକ , ଦେବସ୍ମିତା ଅନୁଗୁଳ ଜୁନିୟର କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ସେ ଆଜି ଅପରାହ୍ନ ୩ଟା ବେଳେ ପାଇଖାନା ଯାଇଥିଲେ । ମାତ୍ର ଦୀର୍ଘ ସମୟ କବାଟ ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପାଇଖାନା କବାଟ ଖୋଲି ଦେଖିବା ବେଳକୁ ପାଇଖାନାର ଆଜବେଷ୍ଟସ ପାଇପ୍ରେ ସେ ନିଜ ଓଢ଼ଣୀରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ…
ଅନ୍ଧବିଶ୍ଵାସର ଅନ୍ତ – ଶହ ଶହ ବର୍ଷ ପରେ ଗାଁରେ ପଡିଲା ପ୍ରଥମ ଛାତ ଆଠମଲ୍ଲିକ – ଛାତ ଘର ତିଆରି କଲେ ଗାଁ କୁ ବିପଦ ମାଡି ଆସିବ । ଗାଁ ଠାକୁରାଣୀ କୋପ କରିବେ ଏବଂ ଲୋକଙ୍କର ଅନିଷ୍ଟ ହେବ…
ଇଟାଭାଟିରେ ତହସିଲଦାରଙ୍କ ଲୋକ ଦେଖାଣିଆ ଚଢାଉ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଗଢି ଉଠିଥିବା ବେଆଇନ ଇଟା ଭାଟି ଗୁଡିକ ଉପରେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି…