ମୁଖ୍ୟ ଖବର ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ Angul OnlineOctober 2, 2022October 2, 2022 ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ ସାର୍ଥକ ଷଡଙ୍ଗୀଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଡିଆଜି ଭାବେ ବଦଳି କରାଯାଇଛି । ଗତ କିଛି ମାସ ହେଲା ଷ୍ଟଡି ଲିଭରେ ଥିବା ବେଳେ ଏସ.ଟି.ଏଫ. ଡିଆଇଜି ଜୟ ନାରାୟଣ ପଙ୍କଜ ଦାୟିତ୍ୱ ତୁଲାଉ ଥିଲେ । ଆଜି ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ପରେ ଜୟ ନାରାୟଣ ପଙ୍କଜଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ଓ ପୁଲିସ ଟ୍ରେନିଂ କଲେଜର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । Advertisement
ପୂର୍ବତନ ଅଧ୍ୟକ୍ଷ ତଥା ଟାଣୁଆ କଂଗ୍ରେସ ନେତାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବଂଶୀଧର ପ୍ରଧାନଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଗତ…
ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।…
ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି…