ଆଞ୍ଚଳିକ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ Angul OnlineOctober 9, 2022October 9, 2022 ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁ ଥିଲେ । ସ୍ବର୍ଗତ ତ୍ରିପାଠୀ ପୂର୍ବରୁ ସମାଜରେ ଅନେକ ବର୍ଷ ଧରି ସାମ୍ବାଦିକତା କରିଥିଲେ । ତାଙ୍କ ପିତା ସ୍ବର୍ଗତ ଦୀନବନ୍ଧୁ ତ୍ରିପାଠୀ ମଧ୍ୟ ଦୀର୍ଘ ବର୍ଷ ଧରି ସମାଜର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ । ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ପରଲୋକ ଖବର ପାଇ ଅନୁଗୁଳର ବହୁ ଗଣମାନ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି । Advertisement
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…
ଅଗ୍ନିକାଣ୍ତରେ ଜଳି ଗଲା ୧୦ ପାଳ ଗଦା ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଖଳାମାଳ ସାହିରେ ଅଗ୍ନିକାଣ୍ତ ଘଟି ୧୦ରୁ ଉର୍ଦ୍ଧ୍ବ ପାଳଭାଡି ଜଳି ଯାଇଛି । ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଖରାର ପ୍ରକୋପ ବେଶ ରହିଛି । ଆଜି ଦିନରେ ଜିଲ୍ଲା ସଦର ମହକୁମାର ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଥିଲା ।…