ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ

ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି । ସୂଚନା ଅନୁସାରେ କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି ପ୍ରାୟ ରାତି ୯ ଟା ବେଳେ ସଦଳବଳେ ପେଟ୍ରୋଲିଂ କରୁଥିଲେ । ସେତିକିବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହାଣ୍ଡିଧୂଆଁ ଛକରେ ଥିବା ସୁନୀଲ ସେଠୀଙ୍କୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ସେ ଏକ ପଲିଥିନ ପ୍ୟାକେଟରେ ବ୍ରାଉନସୁଗାର ରଖିଥିବା ଜଣା ପଡିଥିଲା । ପଚରାଉଚରା ବେଳେ ସେ ବିକ୍ରି କରିବାକୁ ଏହା ରଖିଥିବା ସ୍ୱୀକାର କରିଥିଲା । ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ରାଉନସୁଗାର ଓଜନ କରିବା ପରେ ଏହି ପ୍ୟାକେଟରେ ୨୦.୦୮ ଗ୍ରାମ ବ୍ରାଉନସୁଗାର ଥିବା ଜଣା ପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହେବ ବୋଲି ଜଣା ପଡ଼ିଛି । ଆଜି ପୁଲିସ ଗିରଫ ସୁନୀଲକୁ କୋର୍ଟ ଚାଲାଣ କରିଥିବା କୋଳିୟାରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକ ସୂଚନା ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply