ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଏହି ସମାରୋହରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ମଲ୍ଲିକ ଆଜିର ଦିବସ ସମସ୍ତ ଭାରତୀୟଙ୍କ ଜୀବନରେ ଏକ ସ୍ମରଣୀୟ ଦିବସ ଅଟେ । ଆମ ସମ୍ବିଧାନ ସାଧାରଣ ଜନତାଙ୍କୁ ମୌଳିକ ଅଧିକାର ଓ କର୍ତ୍ତବ୍ୟ ପ୍ରଦାନ ଉପରେ ଏହାର ଶ୍ରେଷ୍ଠତା ସାବ୍ୟସ୍ତ କରିଛି । ଅନୁଗୁଳ ସଂଗ୍ରାମର ମାଟି । ସେଇଥିପାଇଁ ବେଠି ବଗାରୀଙ୍କୁ ବେଖାତିର କରି ୧୮୯୧ ମସିହାରେ ପ୍ରଣୟନ ହୋଇଥିବା କଣଙ୍କିତ ଅନୁଗୁଳ ରେଗୁଲେଟୋରି ଆକ୍ଟକୁ ସଂଗ୍ରାମୀମାନେ ବିରୋଧ କରିଥିଲେ । ଏହା ସହ ୧୯୩୪ ମସିହାରେ ମାହାତ୍ମା ଗାନ୍ଧୀଙ୍କର ଅନୁଗୁଳ ଯାତ୍ରା ଏ ମାଟିକୁ ଧନ୍ୟ କରିଛି ।

ଏହା ସହ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ପ୍ରଶଂସା କରି , ରାଜ୍ୟରେ ମହିଳା , ଶିଶୁ , ଯୁବବର୍ଗ , କ୍ରୀଡାବିତ , କୃଶକ , ନିର୍ମାଣ ଶ୍ରମିକ , ଜନଜାତି ତଥା ବୟସ୍କ ମାନଙ୍କ ଜୀବନ ଜୀବିକାରେ ଆଖି ଦୃଶିଆ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି ବୋଲି କହିଥିଲେ । ଆଜିର ଏହି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ୮ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା । ଭେଷଜ ବିଶେଷଜ୍ଞ ଡା. ଦୀପକ ଗଡ଼ନାୟକଙ୍କ ସମେତ ଷ୍ଟାଫ୍‌ ନର୍ସ, ପୁଲିସ୍‌ କର୍ମଚାରୀ  ଆଦିଙ୍କୁ ପୁରସ୍କୃତ କରାଯାଇଥିଲା । ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା ଓ ଅନ୍ୟ ପଦସ୍ଥ ଅଧିକାରୀ ଯୋଗଦାନ କରିଥିଲେ । ପରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରକ୍ତଦାନ ଶିବିର ପରିଦର୍ଶନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଜେଲ୍‌ ଭିତରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

କରୋନା କଟକଣା ପାଇଁ ସାଧାରଣ ଲୋକଙ୍କୁ ଆଜି ପଡ଼ିଆ ମଧ୍ୟକୁ ଛଡା ଯାଇନଥିଲା। କେବଳ ପୁଲିସ କର୍ମଚାରୀମାନେ ପ୍ୟାରେଡରେ ସାମିଲ ହୋଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply