ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ

ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ

ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଫିଫା ମହିଳା ବିଶ୍ଵକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସ୍ତରରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ଫୁଟବଲ ପ୍ରତିଯୋଗିତା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅନୁଷ୍ଠିତ କରାଯାଉଛି । ଆଜି ସକାଳେ ଆଠଟି ବ୍ଲକରୁ ଆସିଥିବା ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ , କ୍ରୀଡା ପ୍ରଶିକ୍ଷକ , ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ସମଗ୍ର ଶିକ୍ଷାର କର୍ମଚାରୀମାନଙ୍କ ଦ୍ବାରା ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପ – ବାଚସ୍ପତି ଓଡିଶା ବିଧାନସଭା ରଜନୀକାନ୍ତ ସିଂହ , ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ , ସମ୍ବଲପୁର ସାଂସଦଙ୍କ ପ୍ରତିନିଧ୍ୱ ଅଗସ୍ତି ବେହେରା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ , ଅନୁଗୁଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ସାମନ୍ତ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ଓ ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କାର୍ଯ୍ୟକ୍ରମର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସମ୍ମାନୀତ ଅତିଥି ମାନଙ୍କ ସମ୍ମାନାର୍ଥେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ୟାରେଡ କାରାଯାଇ ଅଭିବାଦନ ପ୍ରଦାନ କରାଯାଇଥିଲା । ଏହାପରେ ଉଦଘାଟନୀ ମ୍ୟାଚ ଅନୁଗୁଳ ଓ ଛେଣ୍ଡିପଦାର ଛାତ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା । ପ୍ରଥମ ଉଦଘାଟନୀ ମ୍ୟାଚ ଅତ୍ୟନ୍ତ ସଙ୍ଘର୍ଷପୂର୍ଣ୍ଣ ଥିଲା । ଏହି ମ୍ୟାଚରେ ଛେଣ୍ଡିପଦା ବ୍ଲକ ଅନୁଗୁଳ ବ୍ଲକକୁ ୨-୦ ଗୋଲରେ ପରାସ୍ତ କରିଥିଲେ । ଦ୍ଵିତୀୟ ମ୍ୟାଚଟି ଅନୁଗୁଳ ଓ କିଶୋରନଗର ବ୍ଳକର ଝିଅ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କିଶୋରେନଗର ବ୍ଲକ ଅନୁଗୁଳ ବ୍ଳକକୁ ୩ – ୨ ଗୋଲ ରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଟ ପାଲଲହଡା ଓ ବଅଁରପାଳ ବ୍ଳକର ପୁଅ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଲଲହଡା ବ୍ଲକ ବଅଁରପାଳ ବ୍ଲକକୁ ୨ – ୦ ଗୋଲରେ ପରାସ୍ତକରିଥିଲା । ଚତୁର୍ଥ ମ୍ୟାଚ ପାଳଲହଡା ( ବି ) ଓ ବଅଁରପାଳ ବ୍ଳକର ଝିଅ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଳଲହଡା ବ୍ଲକ ବଅଁରପାଳ ବ୍ଳକକୁ ୪ – ୦ ଗୋଲରେ ପରାସ୍ତକରିଥିଲା । ପଞ୍ଚମ ମ୍ୟାଚ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ପୁଅ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥରେ ଆଠମଲ୍ଲିକ ବ୍ଲକ କିଶୋରନଗର ବ୍ଲକକୁ ୨ – ୦ ଗୋଲରେ ପରାସ୍ତକରିଥିଲା । ଆସନ୍ତାକାଲି ଏହି ପ୍ରତିଯୋଗିତାର ନକଆଉଟ ପର୍ଯ୍ୟାୟ ଶେଷ କରାଯାଇ କ୍ୱାଟର ଫାଇନାଲ ଓ ସେମି ଫାଇନାଲ ଏବଂ ଶେଷ ଦିନରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ମ୍ୟାଚ ରେଫରି ଭାବରେ ଅଶୋକ କୁମାର ପଣ୍ଡା , ଉଗ୍ରସେନ ପ୍ରଧାନ , ମନୋରଞ୍ଜନ ପଟ୍ଟନାୟକ , ଦୋଳ ଗୋବିନ୍ଦ ବେହେରା , ଜିତେନ୍ଦ୍ର କୁମାର ସାହୁ , ଦୋଳଗୋବିନ୍ଦ ଦଳାଇ ପ୍ରମୁଖ ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ । ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ , ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସିଠ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅନୁଦେଷ୍ଟା ପ୍ରଶାନ୍ତ କୁମାର ସିହ୍ନା ପ୍ରମୁଖ ପ୍ରତିଯୋଗିତାରୁ ବାଦ ପଡିଥିବା ପ୍ରତିଯୋଗୀମାନଙ୍କୁ ସାନ୍ତ୍ୱନା ମୂଳକ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଠଟି ବ୍ଳକରୁ ୮ଟି ବାଳକ ଦଳ , ପାଳଲହଡା ଓ କିଶୋରନଗରରୁ ୨ଟି ଲେଖାଏଁ ବାଳିକା ଦଳ , ଅନୁଗୋଳ ଓ ବନରପାଳରୁ ଗୋଟିଏ ଲେଖାଏଁ ବାଳିକା ଦଳ ଏହିପରି ସମୁଦାୟ ୧୪ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply