କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର

କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ ଖୋଳି ଭିତରକୁ ଚୋର ପଶିବା ପରେ ଲକର କାଟିବାକୁ ଚେଷ୍ଟା କରିଥିଲେ । ଏଥିରେ ବିଫଳ ହୋଇଥିବା ବେଳେ ଅନ୍ୟ ଆଲମୀରା , ଡ୍ରୟର ଆଦି ଭାଙ୍ଗି ଦେଇଥିଲେ । ତେବେ ଟଙ୍କା ନେଇ ନ ପାରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଆଜି ସକାଳେ ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ଖୋଲିବା ପରେ ଚୋରି ଉଦ୍ୟମ ହୋଇଥିବା ଜାଣି ପାରିଥିଲେ । ଏ ନେଇ ବ୍ୟାଙ୍କ କତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସିବା ପରେ ଆହୁରୀ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

What’s your Reaction?
+1
1
+1
0
+1
0
+1
0
+1
3
+1
0
+1
1

Leave a Reply