ମୁଖ୍ୟ ଖବର ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର Angul OnlineOctober 20, 2022October 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନାର ଜରପଡା ଷ୍ଟେସନ ନିକଟରେ ରେଳ ଧାରଣାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ ଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଲେ ଜରପଡା ଗ୍ରାମର କୁମୁଦ ସାହୁଙ୍କ ପୁଅ ଲିକୁନ୍ ସାହୁ । ଲିକୁନ ଗାଁ ପାଖ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଗାଁର କିଛି ସାଙ୍ଗ ସାଥୀଙ୍କ ସହ ସନ୍ଧ୍ୟା ବେଳେ ଛିଡା ହୋଇଥିଲେ । ପ୍ରାୟ ୭ ଟା ବେଳେ ଛିଡା ହୋଇଥିଲେ । ସେତିକିବେଳେ ଇଣ୍ଟରସିଟି ସେହି ଧାରଣା ଦେଇ ଯାଇଥିଲା । ଟ୍ରେନ ଯିବା ପରେ ଅନ୍ୟମାନେ ଲିକୁନକୁ ମୃତ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଓ ପୁଲିସ ପହଞ୍ଚିଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣା ପଡି ନାହିଁ । Advertisement
କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା କାଜୁ ଜଙ୍ଗଲରୁ ଆଜି (ମଙ୍ଗଳବାର) ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ କୋଶଳା…
ବଦଳିଲେ ନିର୍ବାହୀ ଅଧିକାରିଣୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…
ଜେଏମଏଫସି କୋର୍ଟ ଓ ତହସିଲକୁ କଣ୍ଟେନମେଣ୍ଟ ଜୋନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଜେଏମଏଫସି କୋର୍ଟ କାର୍ଯ୍ୟାଳୟ ଓ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।…