ଅପରାଧ ଟ୍ରେନ ଲୋକୋ ପାଇଲଟ ଚଲାଇଥିଲେ ବ୍ରାଉନସୁଗାର ବେପାର – ମାଡି ବସିଲା ପୁଲିସ Angul OnlineOctober 22, 2022October 22, 2022 ତାଳଚେର – ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ରେଲୱେ ଲୋକୋ ପାଇଲଟ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା ଏହି ବ୍ରାଉନସୁଗାର ବେପାର ଚଲାଇ ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ତାଳଚେର କୋଲିୟାରୀ ପୁଲିସ ତାଳଚେର ଘଣ୍ଟପଡା ରେଲୱେ କ୍ରସିଂ ନିକଟରୁ ୩ ଗ୍ରାମ ୪୩୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଜଣେ ରେଲୱେ ଲୋକୋ ପାଇଲଟ ରାଜ କମଲ ରଞ୍ଜନ ଓ ଘଣ୍ଟପଡାର ଚା ଦୋକାନୀ ପ୍ରଦୀପ ସାହୁକୁ ଗିରଫ କୋଳିୟାରୀ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ ଲୋକୋ ପାଇଲଟ ରାଜ କମଲ ବାହାର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଚା ଦୋକାନୀ ପ୍ରଦୀପକୁ ଦେଉଥିଲେ । ଆଉ ପ୍ରଦୀପ ଜରିଆରେ ତାକୁ ବିକ୍ରି କରୁଥିଲେ । ଏହି ଖବର ପାଇ କୋଳିୟାରୀ ପୁଲିସ ଚା ଦୋକାନରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 60 ହଜାର ଟଙ୍କା ହେବ ବୋଲି ଜଣାପଡିଛି । Advertisement
୯ ଜଣ ଡକାୟତକୁ ଗିରଫ କଲା ପୁଲିସ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ବିସ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ୯ ଜଣ ଡକାୟତଙ୍କୁ…
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…