ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ

ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ

ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଜନ ଗହଳି ଠାରୁ ଦୂରରେ ଏକ ନିର୍ଦିଷ୍ଟ ସ୍ଥାନରେ ଏହି ସବୁ ବାଣ ବିକ୍ରି କରିବାକୁ ଅନୁମତି ଦିଆ ଯାଇଛି ।  ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଜାଣି ଅନୁଗୁଳ ଜିଲ୍ଲାର ସ୍ଵତନ୍ତ୍ର ସ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅନେକ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଦେଖା ଯାଇଥିଲା । ଏହି ସବୁ ବାଣ ସ୍ଵତନ୍ତ୍ର ସ୍ୱାର୍ଡ ଜବତ କରିଛି । ଅନୁଗୁଳ ତହସିଲଦାର ଏହି ଟିମର ନେତୃତ୍ୱ ନେଇଥିବା ବେଳେ ପୁଲିସ , ଅଗ୍ନିଶମ ବିଭାଗ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ ।

What’s your Reaction?
+1
0
+1
1
+1
0
+1
0
+1
6
+1
0
+1
0

Leave a Reply