ଆଞ୍ଚଳିକ ଆୟୁର୍ବେଦ ଦିବସ ପାଳିତ Angul OnlineOctober 25, 2022October 25, 2022 ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ ଟି ଟି ହାଇ ସ୍କୁଲ ପରିସରରେ ପିଲାମାନଙ୍କୁ ନେଇ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏଥିରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଶାଲୋକ ଚିକତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା ଭାରତୀ ସିଂହ ଓ ମୁଖ୍ୟ ବକ୍ତା ଭାବେ ଡା ଶାନ୍ତନୁ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ମିଶ୍ର ଓ ଗୋପୀନାଥ ସାରଙ୍କ ସହିତ ସ୍କୁଲର ସମସ୍ତ କର୍ମଚାରୀ ତଥା ଡାକ୍ତରଖାନାର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏଥିରେ ଜାତୀୟ ଆୟୁର୍ବେଦ ଦିବସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହର ଦିନ ହର ଘର ଆୟୁର୍ବେଦ ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଆୟୁର୍ବେଦ ଆହାର ଓ ଦିନଚର୍ଯ୍ୟା ବିଷୟରେ ଡା ସାହୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । କେତେକ ଔଷଧୀୟ ବୃକ୍ଷ ତଥା ଘୃତ କୁମାରୀ, ଡାଲଚିନି, ଅଁଳା, ପୋଦିନା , ପିପଳି ଓ ରକ୍ତ ଚନ୍ଦନର ଔଷଧୀୟ ଗୁଣ ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି । Advertisement
ଆରମ୍ଭ ହେଲା ରକ୍ଷକ କାର୍ଯ୍ୟକ୍ରମ – ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ଲକ୍ଷ୍ୟ ଅନୁଗୁଳ – ରାଜ୍ୟରେ ବଢ଼ୁଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଏହି ମୃତ୍ୟୁ ହାର କମାଇବା ପାଇଁ ଆରମ୍ଭ ହୋଇଛି ମିଶନ ରକ୍ଷକ । ଦୁର୍ଘଟଣାରେ…
ଗାଁ ଭିତରେ ହାତୀ ଛୁଆ ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ…
ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି।…