ମୁଖ୍ୟ ଖବର ଏକାଠି ଦୁଇ କଲରାପତରିଆ ବାଘ ମୃତ Angul OnlineOctober 27, 2022October 27, 2022 ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଥିଥିବା ସୂଚନା ଦେଲେ RCCF ଏମ୍ ଯୋଗ ଜୟାନନ୍ଦ । ମୃତ୍ୟୁ ହୋଇଥିବା ଉଭୟ ବାଘ ମା ଓ ତାର ପ୍ରାୟ ଏକ ବର୍ଷର ଛୁଆ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ନିକଟରେ ଏହି ଦୁଇଟି ବାଘଙ୍କର ମୃତ୍ୟୁ ହୋଇଛି । ବାଘ ଦୁଇଟି ପ୍ରାୟ ୧୦ ଦିନ ତଳୁ ମରିଥିବା ଅନୁମାନ କରୁଛି ବନ ବିଭାଗ । ତେବେ କଲରାପତରିଆ ବାଘ ଦୁଇଟିଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା କୌଣସି ଶିକାରୀ ଫାସରେ ପଡି ମୃତ୍ୟୁ ହୋଇ ଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଉଭୟ ବାଘର ନମୁନା ସଂଗ୍ରହ କରି OUAT କୁ ପଠା ଯାଇଛି । ନିଜେ ଡ଼ିଏଫଓ ସରୋଜ କୁମାର ପଣ୍ଡା ଓ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଏମ ଯୋଗ ଜୟାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । Advertisement
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…
ରାସ୍ତାରେ ଜଳିଗଲା ସ୍କୁଟି ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି…
ମୋଟରସାଇକେଲ ଉପରେ ଚଢିଗଲା ବସ – ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ଥାନା ମୁଷାପାପୁଲିଠାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ସହ…