ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ

ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ

କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ କୁଲେଇ ଗ୍ରାମର ପୂର୍ଣ୍ଣ ନାଏକ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶନିବାର ସମଲ ଥାନା ଏସଆଇ କମଳାକ୍ଷ ପ୍ରସାଦ ନାୟକଙ୍କୁ ପୂର୍ଣ୍ଣ ଫୋନ କରି ନିଜକୁ ପରାବିଲ ଫରେଷ୍ଟ ସେକ୍ସନର ଫରେଷ୍ଟର ବିଶ୍ବଜିତ ରାଉତ ବୋଲି ପରିଚୟ ଦେଇ କଥା ହୋଇଥିଲା । କୁଲେଇ ଗ୍ରାମରେ ବିଦ୍ୟୁତ ତାର ବିଛାଇ କିଛି ଲୋକ ବାର୍‌ହା ଶିକାର କରୁଛନ୍ତି କହିବା ସହ ଏଥିରେ ତାଙ୍କୁ ସହଯୋଗ କରିବାକୁ ପୁଲିସକୁ ଡାକିଥିଲା । ଏଭଳି ଫୋନ ପାଇ ଏସଆଇ ଶ୍ରୀ ନାୟକ ଅନ୍ୟ କିଛି ପୁଲିସ କର୍ମଚାରୀଙ୍କ ସହିତ କହିଥିବା ସ୍ଥାନକୁ ଯାଇ ତଦନ୍ତ କରିଥୁଲେ । ତେବେ ସେଠାରେ ଫରେଷ୍ଟରଙ୍କୁ ନପାଇ କଲ ଆସିଥିବା ନମ୍ବରକୁ ଫୋନ କରିବାରୁ କୌଣସି ଉତ୍ତର ମିଳି ନଥିଲା । ତେବେ କିଛି ସମୟ ପରେ ପୁଣି ଅଲଗା ଦୁଇଟି ଫୋନରୁ ଥାନା ଅଧିକାରୀ ଯାଜ୍ଞସେନୀ ପ୍ରଧାନଙ୍କ ନମ୍ବରକୁ ସେହି ଯୁବକ ଫୋନ କରି ଫରେଷ୍ଟର ପରିଚୟ ଦେଇ ଧମକଚମକ କଥାବାର୍ତ୍ତା କରିଥିଲା । ସନ୍ଦେହରେ ସମଲ ପୁଲିସ ଜିଲ୍ଲା ସାଇବର ସେଲ ସହାୟତାରେ ଫୋନ ଲୋକେସନ ଟ୍ରାକ କରି ଅଭିଯୁକ୍ତ ପୂର୍ଣ୍ଣକୁ ଧରିଥିଲା । ଆଉ ପୁଲିସକୁ ହଇରାଣ କରିବା , ଏବଂ ଧମକଚମକ ଦେବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୂର୍ଣ୍ଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply