ଆଞ୍ଚଳିକ କେନାଲରୁ ନାବାଳକର ମୃତଦେହ ଉଦ୍ଧାର Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ସହର ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପାଞ୍ଚ ବର୍ଷର ପୁଅ ଚିକୁ ଶେଖର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶଙ୍କର ଯାଯାବର ସମ୍ପ୍ରଦାୟର ହୋଇଥିବା ବେଳେ ଅନୁଗୁଳ ଟାଉନ ହାଇସ୍କୁଲ ପାଖରେ ରୁହନ୍ତି । ଗତକାଲି ଦିନ ପ୍ରାୟ ୧ ଟା ବେଳୁ ଚିକୁ ଘରୁ କେଉଁଆଡ଼େ ଚାଲି ଆସିଥିଲେ । ତେବେ ଅପରାହ୍ନ ସୁଦ୍ଧା ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳି ପାରି ନଥିଲା । ଆଜି ସକାଳେ ତାଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଲୋକ ପୁଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ତେବେ କୌଣସି କାରଣରୁ ଚିକୁ ପାଣିରେ ଖସି ପଡି ଆଉ ବାହାରି ନ ପାରିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । Advertisement
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା – ଜଣେ ମୃତ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଖେମଳା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା…
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…