ମୁଖ୍ୟ ଖବର ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ବନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲା , ନାଲକୋ , କୁଲାଡ଼ ଓ ତାର ଆଖପାଖ ଅଞ୍ଚଳରେ ହାତୀ ପଲ ବୁଲାବୁଲି କରି ଆସୁଛନ୍ତି । ଏହି ହାତୀପଲ କୁ ଜଗିବା ପାଇଁ ବନ ବିଭାଗର କିଛି କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ କୁଲାଡ଼ ଗାଁ ନିକଟରେ ହାତୀପଲ ଥିବା ବେଳେ ବନ ବିଭାଗ କର୍ମଚାରୀ ହାତୀ ପଲକୁ ଘଉଡାଇବା ପାଇଁ ସେଠାରେ ଥିଲେ । ତେବେ ହଠାତ ଏକ ହାତୀ ଜଣେ ଫରେଷ୍ଟ ଗାର୍ଡ ଶରତ ଘଡେଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଶରତଙ୍କ ଘର ତାଳଚେର ଜନ୍ଦାବାହାଳ ବୋଲି ସୂଚନା ମିଳିଛି । Advertisement
ବିଦ୍ୟୁତ ଆଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ମହାରଣାସାହିରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇ ଥିବା ବେଳେ ଉଦ୍ଧାର କରିବାକୁ ଯାଇ ଭଉଣୀ…
ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ…
ଡୋରରେ ଚାପି ହୋଇ ଚାଳକ ମୃତ ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ…