ମୁଖ୍ୟ ଖବର ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା Angul OnlineNovember 4, 2022November 4, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । କୋଇଲା ଗାଡି ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହୋଇ ଗଲାଣି । ଅନେକ ସମୟରେ ଦୁର୍ଘଟଣା ଘଟୁଛି । କୋଶଳା ଗ୍ରାମ ପାଞ୍ଚୟତ ଦେଇ ୬୩ ନମ୍ବର ରାଜ୍ୟ ରାଜପଥ ଗମନାଗମନର ମୁଖ୍ୟ ମାଧ୍ୟମ ହୋଇ ରହିଛି । ଏହି ରାଜପଥ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚି ସାରିଲାଣି । ଜନସାଧାରଣ ଭୋଗୁଥିବାଏହି ଅସୁବିଧା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ଦ୍ବାରା ୨୬.୦୯.୨୦୨୨ ତାରିଖରେ ଅବଗତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନର ପ୍ରତିଶୃତିର ଅଣଦେଖା କରିଥିବା କୋଶଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପାଇଁ କୋଶଳା ଗ୍ରାମର ଜନସାଧାରଣ , ସ୍କୁଲ ଛାତ୍ରଛାତ୍ରୀ , ଯାତାୟତ କରୁଥିବା ପଥଚାରୀଙ୍କ ଜନଜୀବନ ସୁରକ୍ଷା ଦୃଷ୍ଟିରୁ କୋଶଳା ଗ୍ରାମ ପାଞ୍ଚୟତରେ ଥିବା ସମସ୍ତ ଯୁବସମାଜ , କ୍ଲବ , ସଂଘଙ୍କୁ ନେଇ ଏକ ସଚେତନ ଯୁବ କ୍ରିୟାନୁଷ୍ଠାନ କମିଟି ପୁଣି ଏକ ବିଶାଳ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଅଛି । ଏବଂ ୦୫ ତାରିଖ ( ଶନିବାର ) ଠାରୁ କୋଶଳା ଦେଇ ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ କୋଇଲା ବୋଝେଇ ଭାରିଯାନ ଚଳାଚଳକୁ ସମ୍ପୂର୍ଣ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । Advertisement
ନିଖୋଜ ବୃଦ୍ଧ ହାତୀ ଆକ୍ରମଣରେ ମୃତ ଅନୁଗୁଳ – ଅନୁଗୁଳ ବ୍ଲକ ହମାମିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି…
କରଜ ଭାରରେ ବୁଡ଼ି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ – ସ୍ତ୍ରୀ ମୃତ , ସ୍ଵାମୀ ଗୁରୁତର ଅନୁଗୁଳ – କରଜ ଭାରରେ ବୁଡ଼ିବା ପରେ ମାନସିକ ଭାରସାମ୍ୟ ହରାଇ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପତ୍ନୀଙ୍କ…
ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର…