ଆଞ୍ଚଳିକ କଲେଜ ଅଧ୍ୟକ୍ଷଙ୍କ ପରଲୋକ Angul OnlineNovember 7, 2022November 7, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ ରଞ୍ଜନ ପାତ୍ରଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଯେ ଆଲୋକ ରଞ୍ଜନ ପାତ୍ର ଯୁକ୍ତ ୨ ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ଦୀର୍ଘ ଦୁଇମାସ ହେଲା ରୋଗ ଶଯ୍ୟାରେ ପଡିଥିଲେ I ତେବେ ତାଙ୍କ ବାସ ଭବନରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ଜଣା ପଡିବା ପରେ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମନରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମେଳାପି ଏବଂ ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ କଲେଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଛାତ୍ରଛାତ୍ରୀ ଓ ସହକର୍ମୀ କହିଛନ୍ତି । Advertisement
ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି ଅନୁଗୁଳ – ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯…
ମରୁଡି ଦାବିରେ କଂଗ୍ରେସର ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କଂଗ୍ରେସ ପକ୍ଷରୁ ଶୁକ୍ରବାର ଛେଣ୍ଡିପଦା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…