ଅପରାଧ ବାଘ ଶିକାର କରି ଚାରି ଗିରଫ Angul OnlineNovember 7, 2022November 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଥିବାବେଳେ, ଆଜି ଜିଲ୍ଲାର ଆଠମଲ୍ଲିକ ଡିଭିଜନରେ ଆଉ ଏକ କଲରାପତରିଆର ମୃତ୍ୟୁ ହୋଇଛି । ବାଘକୁ ମାରି ଚମଡା ଓ ଦାନ୍ତ ନେବାକୁ ଚେଷ୍ଟା କରୁଥିଲେ ଶିକାରୀ । ତେବେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ୪ ଜଣକୁ ଗିରଫ କରିଛି । ଆଠମଲ୍ଲିକ ଡିଭିଜନର ବାମୁରୁ ରେଞ୍ଜ, ଫୁଲଝରି ଜଙ୍ଗଲରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଫୁଲଝରି ଖେସରା ଜଙ୍ଗଲରେ କିଛି ଶିକାରୀ ବାରହା ଶିକାର କରିବା ପାଇଁ ବିଦ୍ୟୁତ ଜାଲ ବିଛାଇଥିଲେ । ତେବେ ଏହି ବିଦୁତତାର ସଂସ୍ପର୍ଶ ରେ ଆସି ଏକ ଅଣ୍ଡିରା କଲରାପତରିଆ ବାଘ ଛୁଆର ମୃତ୍ୟୁ ହେଇଥିଲା ।ଫୁଲଝରି ଗ୍ରାମର ଶିକରୀ କଲରାପତରିଆ ବାଘର ଛାଲକୁ ବାହାର କରିନେଇ ବାକି ଅଂଶକୁ ଜଙ୍ଗଲ ଭିତରେ ଫିଙ୍ଗିଦେଇ ଥିଲେ । ଆଜି ଗାଁରେ କିଛି ଲୋକଙ୍କ ଠାରୁ ରେଞ୍ଜର ଖବର ପାଇ ଘଟଣାର ତଦନ୍ତ କରି ଚାରିଜଣକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୟା ମିର୍ଧା , ରଞ୍ଜିତ ବେହେରା , ବବି ନାୟକ ଓ ଘନଶ୍ୟାମ ନାୟକ । ଏଠାରେ ସୂଚନା ଯୋଗ୍ୟ ଯେ , ଗତ ସପ୍ତାହରେ କୁଲାଙ୍ଗୀ ଗାଁ ନିକଟରୁ ଗୋଟିଏ କଲରାପତରିଆ ବାଘ ଓ ଛୁଆର ମୃତଦେହ ଠାବ କରାଯାଇଥିଲା । ଶିକାରୀ ଫାସରେ ପଡି ଦୁଇଟି ଯାକ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ସେହିପରି ଗତ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ନିକଟରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିବା ବେଳେ ବନ ବିଭାଗ ଉଦ୍ଧାର କରିଥିଲା । Advertisement
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…
ବାଲ୍ୟ ବିବାହକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ବୁଧବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…