ଅପରାଧ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ପରିବାର Angul OnlineNovember 12, 2022November 12, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଝୁଲନ୍ତା ଅବସ୍ଥାର ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ତାଳଚେର ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା ନାଳ ନିକଟରୁ ଜଣେ ଯୁବକ ଝୁଲନ୍ତା ଅବସ୍ଥାରେ ନଜର ଆସିଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର୍ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ବନ୍ତଲା ଥାନା ଖାଲଗାଁର ଦୟାନିଧି ସାହୁ ବୋଲି ଜଣା ପଡ଼ିଛି ।ପରିବାର ଲୋକେ ଖବର ପାଇବା ପରେ ମୃତଦେହ ଚିହ୍ନଟ କରିବା ସହିତ ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମୃତ ଯୁବକ ଜଣଙ୍କ ତାଳଚେର ବହ୍ଲର ଛକ ନିକଟସ୍ଥ ରାଜ୍ ହୋଟେଲରେ କାମ କରୁଥିଲେ । ମୋଟା ଅଙ୍କର ଦରମାରେ ସେ କାମ କରୁଥିବା ବେଳେ ହୋଟେଲ ମାଲିକ ଟଙ୍କା ନ ଦେବାରୁ ହୋଟେଲ ମାଲିକଙ୍କ ନାମରେ ସେ ଲେବର କେସ କରିଥିଲେ । ଆଉ ଏହି ରାଗରେ ହୋଟେଲ ମାଲିକ ଦୟାନିଧିଙ୍କୁ ଏପରି ହତ୍ୟା କରାଇ ଥିବା ଦୟାନିଧିଙ୍କ ପୁଅ ବିଭୂତି ସାହୁ ଏତଲାରେ ଉଲ୍ଲେଖ କରିଛନ୍ତି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ଅଭିଯୋଗ ଆଧାରରେ ତଦନ୍ତ କରୁଛି । Advertisement
ହାଇଜାକ ହୋଇଥିବା ମଦ ଗାଡି ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁରରେ ସରକାରୀ ମଦ ଡିପୋ ରହିଛି । ତେବେ ଉକ୍ତ ଡ଼ିପୋରୁ ମଦ ଧରି ଏକ ପିକ୍…
ଘରେ ପଶି ଚୋରୀ କରୁଥିବା ବେଳେ ଧରା ପଡିଲା ଚୋର – ନିର୍ଧୂମ ଛେଚି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ – ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲା ଚୋର । ଆଉ ନିର୍ଧୁମ ମାଡ଼ ଖାଇବା ପରେ ପୁଲିସ ବାନ୍ଧି ନେଲା ଚୋରକୁ…
ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ ।…