ଆଞ୍ଚଳିକ ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ Angul OnlineNovember 22, 2022November 22, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଅନ୍ୟ ଜଣଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ । ଟାଙ୍ଗିରୀ – ପାଟକୁମୁଣ୍ଡା ରାସ୍ତାରେ ଥିବା ଏକ ଗାଡ଼ିଆରୁ ପଦ୍ମଫୁଲ ତୋଳିବାକୁ ଜୟ ପାଣିରେ ପଶିଥିଲେ । ତେବେ ଫୁଲ ତୋଳିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିବା ବେଳେ ସେ ଆଉ ପାଣିରୁ ବାହାରି ପାରି ନଥିଲେ । ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇ ଥିବା ବେଳେ କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଲୋକ ଜୟଙ୍କୁ ପାଣିରେ ବୁଡି ଥିବା ଦେଖି ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ବାଗଡ଼ିଆ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । Advertisement
ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ…
ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ…
ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ସହର ଆରଡି କଲୋନୀର ଡ୍ରେନରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଆଁକୁଲା ଗାଁର…