ବାଣିଜ୍ୟ ଆଇସିକ୍ୟୁସିସି ୨୨ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ Angul OnlineNovember 22, 2022November 22, 2022 ଅନୁଗୁଳ – ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଉତ୍କୃଷ୍ଟ ପ୍ରଦର୍ଶନ । ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଜେଏସପିର ଅନୁଗୁଳ ପ୍ରକଳ୍ପରୁ ୪ ଗୋଟି ଏବଂ ଟେନଶାର ଏକ ଦଳ ଅଂଶ ଗ୍ରହଣ କରି ବିଭିନ୍ନ ବର୍ଗରେ ୫ ଗୋଟି ସ୍ଵର୍ଣ ପଦକ ଲାଭ କରିଛନ୍ତି l ଆଇସିକ୍ୟୁସିସି ହେଉଛି କ୍ଵାଲିଟି କଣ୍ଟ୍ରୋଲ ସର୍କଲସ କ୍ଷେତ୍ରରେ ସମଗ୍ର ବିଶ୍ଵର ଗ୍ରହଣୀୟ ମାନ୍ୟତା ଏବଂ ଏହି କନଭେନସନରେ ସମଗ୍ର ୧୪ଗୋଟି ରାଷ୍ଟ୍ରରୁ ୭୫୭ ଜଣ ଇଞ୍ଜିନିୟର ଅଂଶ ଗ୍ରହଣ କରି ନିଜ ନିଜର ଅନନ୍ୟ କୌଶଳ ପ୍ରଦର୍ଶନ କରିଥିଲେ । ଜେଏସପି ଠାରେ ଟୋଟାଲ ପ୍ରଡ଼କ୍ଟିଭ ମେଣ୍ଟେନାନ୍ସ (ଟିପିଏମ) ନିମନ୍ତେ ସର୍ବଦା କାର୍ଯ୍ୟ କରାଯାଇଥାଏ । ଟିପିଏମ ହେଉଛି ଏକ ଜାପାନୀ ପ୍ରକ୍ରିୟା ଏବଂ ଏଥିରେ ପ୍ଳାଣ୍ଟର ସମସ୍ତ କର୍ମଚାରୀ ଲଗାତାର ଭାବରେ ପ୍ରଗତି ନିମନ୍ତେ କାର୍ଯ୍ୟ କରିଥାନ୍ତି । ଏଥି ସହିତ ଜେଏସପିରେ କାର୍ଯ୍ୟରତ ଶ୍ରୀ ଭୁବନ ପ୍ରତାପ – ଏଭିପି ଏବଂ ମୁଖ୍ୟ (ଟିପିଏମ), କେନ୍ଦ୍ରୀୟ ଟିକ୍ୟୁଏମ, ଶକ୍ତି ପରିଚାଳନା, ଆଇସିକ୍ୟୁସିସି ପାଇଁ ସାର୍ଟିଫାଇଡ ବିଚାରକର୍ତା ଭାବେ ସ୍ଵୀକୃତୀ ଲାଭ କରିଛନ୍ତି । Advertisement
ଲକ୍ଷ୍ମୀ ହୋଣ୍ଡାର ପୂଜା ବମ୍ଫର ଅଫର – ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କା ଡାଉନପେମେଣ୍ଟରେ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାର ପବିତ୍ର ପୂଜା ଅବସରରେ ବମ୍ଫର ଅଫର ଶୁଭାରମ୍ଭ ହୋଇଯାଇଛି । ଯେଉଁ…
ସାଇନ ୧00 ର ବଜାର ପ୍ରବେଶ ଅନୁଗୋଳ – ଅନୁଗୋଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle Shine…
ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ…